ଲୁଧିଆନା: କୋହିନୂର ହୀରା ବିି୍ରଟିଶ ମହାରାଣୀ ଭିକ୍ଟୋରିଆଙ୍କୁ ସମର୍ପଣ କରି ଦିଆଯାଇଥିଲା। ସୂଚନା ଅଧିକାର ଆଇନ୍ ବଳରେ ସୂଚନା କର୍ମୀ ରୋହିତ ସଭାରୱାଲ୍ କରିଥିବା ଆବେଦନ ଆଧାରରେ ଭାରତର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା(ଏଏସ୍ଆଇ) ଏହି ସୂଚନା ଦେଇଛି। ୨୦୧୬ ଏପ୍ରିଲ୍ ମାସରେ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ଏକ ସତ୍ୟପାଠ ମାଧ୍ୟମରେ ଜଣାଇଥିଲେ ଯେ ଆଙ୍ଗଲୋ-ଶିଖ ଯୁଦ୍ଧରେ ହୋଇଥିବା କ୍ଷୟକ୍ଷତିର ଭରଣା ସ୍ୱରୂପ ମହାରାଜା ରଣଜିତ ସିଂହଙ୍କ ଉତ୍ତରାଧିକାରୀ ବ୍ରିିଟିଶରମାନଙ୍କୁ କୋହିନୂର ହୀରା ଦେଇଥିଲେ। କିନ୍ତୁ କେନ୍ଦ୍ର ସରକାରଙ୍କ ଏହି ସତ୍ୟପାଠର ତଥ୍ୟ ଏଏସ୍ଆଇର ସୂଚନା ମେଳ ଖାଉନି।
ଏଏସଆଇର ସୂଚନା ଅନୁଯାୟୀ, ମହାରାଜା ଦୁଲୀପ ସିଂହ ଓ ଲର୍ଡ ଡେଲହାଉସିଙ୍କ ମଧ୍ୟରେ ୧୮୪୯ରେ ଲାହୋରରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା। ଏହି ଚୁକ୍ତିର ସର୍ତ୍ତ ଅନୁଯାୟୀ ପରବର୍ତ୍ତୀ ସମୟରେ ଲାହୋରର ମହାରାଜା କୋହିନୂର ହୀରାକୁ ଇଂଲଣ୍ଡର ରାଣୀଙ୍କ ନିକଟରେ ସମର୍ପଣ କରିଥିଲେ।
ମହାରାଜା ଦୁଲୀପ ସିଂହ ମେମୋରିଆ୍ ଟ୍ରଷ୍ଟର ଅଧ୍ୟକ୍ଷ କୋଠି ବାସିଆନ୍୍ ଓ ଗୁରଭଜନ ସିଂହ ଗିଲ୍ଙ୍କ କହିବା ଅନୁଯାୟୀ, ଦୁଲୀପ ସିଂହ ୯ ବର୍ଷର ହୋଇଥିବା ବେଳେ ତାଙ୍କଠାରୁ ବିି୍ରଟିଶରମାନେ କୋହିନୂର ହୀରା ନେଇଯାଇଥିଲେ।
ବ୍ରିଟିଶରଙ୍କୁ ସମର୍ପି ଦିଆଯାଇଥିଲା କୋହିନୂର: ଏଏସ୍ଆଇ
Popular Categories



