www.samajalive.in
Saturday, December 6, 2025
14.1 C
Bhubaneswar

ମା’ ବିରଜା ମନ୍ଦିର ହେବ ନାହିଁ ବିବାହ ଓ ବ୍ରତ ଭଳି ମାଙ୍ଗଳିକ କାର୍ଯ୍ୟ

ଯାଜପୁର : କୋରୋନା ସଂକ୍ରମଣକୁ ରୋକିବା ପାଇଁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା ମନ୍ଦିର ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ମନ୍ଦିର ପ୍ରଶାସକ ତଥା ଯାଜପୁର ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଭକ୍ତ ମାନଙ୍କ ଠାରୁ ସେବାୟତମାନେ ଦୂରତା ରକ୍ଷା କରିବେ। ସେବା କରିବା ସମୟରେ ମନ୍ଦିର ପରିସରରେ ସେବାୟତମାନେ ମାସ୍କ ପିନ୍ଧିବେ। ରାଜ୍ୟ ବାହାରୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ସଂପର୍କରେ ପ୍ରଶାସନର ଦୃଷ୍ଟିକୁ ଆଣିବେ। ଭକ୍ତମାନେ ମନ୍ଦିର ଭିତରେ ପ୍ରବେଶ ପୂର୍ବରୁ ଭଲ ଭାବେ ପରିସ୍କାର ହୋଇ ମନ୍ଦିର ଭିତରକୁ ପ୍ରବେଶ କରିବେ। ମନ୍ଦିର ଭିତରେ କୌଣସି ପ୍ରକାର ବିବାହ ଓ ବ୍ରତ ଭଳି କାର୍ଯ୍ୟ ଉପରେ ରୋକ ଲଗାଯାଇଛି। ଏପରିକି ମନ୍ଦିର ପରିସରରେ ରହିଥିବା ପ୍ରସାଦ କେନ୍ଦ୍ର ମଧ୍ୟ ବନ୍ଦ ରହିବ। ମନ୍ଦିର ବାହାରେ ଥିବା ଜନସେବା କେନ୍ଦ୍ରକୁ ବନ୍ଦ କରିବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories