www.samajalive.in
Sunday, December 7, 2025
16.1 C
Bhubaneswar

ବିନା ଭକ୍ତରେ ମା’ ଭଟ୍ଟାରିକାଙ୍କ ପୀଠରେ ଶାରଦୀୟ ପୂଜା ଆରମ୍ଭ

ବଡ଼ମ୍ବା : ପୂର୍ବନିର୍ଦ୍ଧାରିତ କାର୍ଯ୍ୟନିର୍ଘଣ୍ଟ ଅନୁଯାୟୀ ମହେନ୍ଦ୍ର ବେଳାରେ ମହାମାୟା ମା’ ଭଟ୍ଟାରିକାଙ୍କ ବାର୍ଷିକ ଶାରଦୀୟ ପର୍ବ ଗୁରୁବାର ଅପରାହ୍ନରେ ଆରମ୍ଭ ହୋଇଛି। ପର୍ବପୂଜକ ଶିରିଶ ରଣାଙ୍କ ସମେତ କାଳେସୀ ତଥା ଅନ୍ୟସମସ୍ତ ସେବାସୀମାନେ ଶ୍ରଦ୍ଧାର ସହିତ ବ୍ରତରଖି ମା’ଙ୍କର ଏହି ଆଶ୍ୱିନ ପର୍ବରେ ସାମିଲ ହୋଇଥିବା ଜଣାଯାଇଛି।

ପରମ୍ପରାନୁଯାୟୀ, ଅପରାହ୍ନରେ ଶଶାଙ୍ଗ ଗ୍ରାମସ୍ଥିତ ଦେବୀଙ୍କ ମାଉସୀ ମା’ ଘରୁ ପର୍ବ ଘଟ, ଆୟୁଧ ଖର୍ପର ଏବଂ ପାଟବେତ ଆଦି ଘଣ୍ଟବାଦ୍ୟ ଏବଂ ଢୋଲ କାହାଳୀ ବଜାଯାଇ ଏକ ନିରାଡ଼ାମ୍ବର ପଟୁଆରରେ ସେବାସୀମାନେ ମନ୍ଦିର ବିଜେ କରାଇଥିଲେ। ଏହାପରେ ପୀଠ ମାଜଣା, ନବଧାଶକ୍ତି ଦେବୀ ଭଟ୍ଟାରିକାଙ୍କ ମାଜଣା ସହିତ ପର୍ବଘଟ ଏବଂ ଆୟୁଧ ସ୍ଥାପନ ସହ ଶହେଆଠ ସୁବାଷିତ ଜଳରେ କୁମ୍ଭାଭିଷେକ କରାଯାଇ ମା’ଙ୍କ ପାର୍ବଣ ପୂଜା ବିଧିମୁତାବକ ଆରମ୍ଭ କରାଯାଇଥିଲା। ତେବେ ଚଳିତବର୍ଷ ମଳମାସ ରହୁଥିବା ଏବଂ କୋଭିଡ କଟକଣା ରହିଥିବାରୁ ପାରମ୍ପରିକ ପାର୍ବଣର ସ୍ୱତନ୍ତ୍ର ସୁନାବେଶ ଆଜି ମା’ଙ୍କ ଠାରେ କରାଯାଇନାହିଁ। କୋଭିଡ କଟକଣା ଏବଂ ଦର୍ଶକଙ୍କ ମନ୍ଦିର ପ୍ରବେଶ ବାରଣ ଥିବାରୁ ପାର୍ବଣର ଅନ୍ତିମ ନବଦିନାତ୍ମକ ପୂଜାରେ ଚଳିତବର୍ଷ ଠାକୁରାଣୀଙ୍କ ଉକ୍ତ ସ୍ୱତନ୍ତ୍ର ସୁନାବେଶ ଲାଗି କରାଯିବାକୁ ପ୍ରଶାସନ ନିଷ୍ପତି ନେଇଥିବା ପ୍ରକାଶ। ଅତଏବ ସେହିସମୟ ପର୍ଯ୍ୟନ୍ତ ମା’ଙ୍କ ନିକଟରେ  ନୀତି ଲାଗି ହେଉଥିବା ରୁପାବେଶରେ ପ୍ରତ୍ୟହ ତ୍ରିପୁରାସୁନ୍ଦରୀ ମା’ ଭଟ୍ଟାରିକା ବେଶ ହୋଇ ପୂଜିତ ହେବେ ବୋଲି ସେବାସୀଙ୍କଠୁ ପ୍ରକାଶ। ସେହିଭଳି ସମସ୍ତ ରୀତିନୀତି ସରିବା ପରେ ଭକ୍ତଙ୍କ ସାହାଣମେଲା ଦର୍ଶନ ବିହୁନେ ଆଜି ଦେବୀଙ୍କ ମଙ୍ଗଳ ଆଳତି ଅନୁଷ୍ଠିତ ହୋଇଥିବା ଜଣାଯାଇଛି। ପ୍ରାତଃ, ମଧ୍ୟାହ୍ନ ଏବଂ ସଂଧ୍ୟା ଏହିଭଳି ପ୍ରତ୍ୟହ ତିନିଧୂପ ଭୋଗ ଲାଗି ହେବା ସହ ପାର୍ବଣର ସ୍ୱତନ୍ତ୍ର ସନ୍ଧିପୂଜା, ଚଣ୍ଡିପୁରାଣ ପାଠ ଏବଂ ଶାନ୍ତିଉଦକ ପଣାଲାଗି ପରେ ମା’ଙ୍କ ଦୈନଦିନ ପୂଜା ଶେଷ ହୋଇ ମନ୍ଦିର ପହଡ଼ ପଡ଼ିଥିବା ଜଣାଯାଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories