www.samajalive.in
Saturday, December 6, 2025
14.1 C
Bhubaneswar

ଓଡିଶା ପ୍ରତିଭା ସମ୍ମାନରେ ସାମ୍ବାଦିକଙ୍କୁ ସମ୍ମାନିତ

ମ.ରାମପୁର : କଳାହାଣ୍ଡି ଜିଲ୍ଲା ମ.ରାମପୁର ସହରର ଯୁବ ସାମ୍ବାଦିକ ଧିରେନ ପଟ୍ଟନାୟକ ଭୁବନେଶ୍ୱରର ଜୟଦେବ ଭବନ ଠାରେ ଓଡିଶା ପ୍ରତିଭା ସମ୍ମାନରେ ସମ୍ମାନିତ ହୋଇଛନ୍ତି। କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସମସ୍ୟା ଓ କଳା ସଂସ୍କୃତିକୁ ନେଇ ଲୋକଲୋଚନକୁ ଆଣି ପାରିଛନ୍ତି। ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନିୟ ଅବଦାନ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି।ପ୍ରତିକାର ଚାରିଟେବୁଲ ଟ୍ରଷ୍ଟ ତରଫରୁ ଓଡିଶା ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ପ୍ରାପ୍ତ ତଥା ବିଶିଷ୍ଟ ସାହିତ୍ୟିକ ଡ଼କ୍ଟର ଫନି ମହାନ୍ତି, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଲେଖକ ଘନ ପରିଡା, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଯତୀନ ଦାସ, ଓ ସମ୍ମାନିତ ଅତିଥି ଭାବେ କବି ଓ ଔପନାସିକ ଡ଼ଃ. ପ୍ରଶାନ୍ତ ବିଶ୍ୱାଳ ଓ ପ୍ରତିକାର ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ସୁଭାଶିଷ ମିଶ୍ର ଉପସ୍ଥିତ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories