www.samajalive.in
Sunday, December 7, 2025
26.1 C
Bhubaneswar

ମା’ ଭଦ୍ରକାଳୀଙ୍କ ସିଂହବାହିନୀ ବେଶ

ଭଦ୍ରକ: ସପ୍ତମାତୃକା ବେଶର ଚତୁର୍ଥ ଦିବସରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀ ଦୁର୍ଗତିନା ଶିନୀ, ବିପଦହାରିଣୀ ମା ଦୁର୍ଗା ରୁପେ ସିଂହବାହିନୀ ବେଶରେ ପୁଜପାଇଚନ୍ତି। ମା’ ଙ୍କର ଏହି ସିଂହବାହିନୀ ବେଶକୁ ଦର୍ଶନ ପାଇଁ ପୀଠରେ ଭକ୍ତ ମାନଙ୍କର ଭିଡ ଲାଗି ରହିଥିଲା। ସିଂହବାହିନୀ ବେଶରେ ମା’ ନାଲି ପାଟ ବସ୍ତ୍ର ପରଧାନ କରି ସ୍ଵର୍ଣ୍ଣ ରୂପା ଅଳଙ୍କାର ସହିତ ବିଭିନ୍ନ ଆଭୂଷଣରେ ସଜାଇ ହୋଇଥିଲେ। ସିଂହର ପୃଷ୍ଠ ଦେଶରେ ବିରାଜ ମାନ କରି ତ୍ରିଶୂଳ, ଗଦା, ଖଡଗ ଓ ଚକ୍ର ଧାରଣ କରିଥିଲେ।

ମା’ଙ୍କର ଚତୁର୍ଦ୍ଧା ମୂର୍ତ୍ତି ଭକ୍ତମାନଙ୍କୁ ଆକୃଷ୍ଟ କରିଥିଲା। ସିଂହବାହିନୀ ବେଶରେ ଦର୍ଶନ କଲେ ଭକ୍ତର ଗ୍ରହ ଦଶା ଓ ରିଷ୍ଟ ଖଣ୍ଡନ ହେବା ସହିତ ଭକ୍ତ ବିପଦ ମୁକ୍ତ ହୁଏ ବୋଲି ବିଶ୍ୱାସ କରାଯାଏ। ଭାରତ ବର୍ଷର ଅନ୍ୟ ଶକ୍ତି ପୀଠ ଠାରୁ ଅନନ୍ୟ ଅଟେ କାରଣ। ଏହି ପୀଠରେ ପାର୍ଶ୍ୱ ଦେବତା ରୁପେ ଜଗନ୍ନାଥ, ବଳଭଦ୍ର ଓ ମାତା ସୁଭଦ୍ରା ପୂଜା ପାଉଛନ୍ତି। ଗୋଟିଏ ପାର୍ଶ୍ୱରେ ବିଷ୍ଣୁ ଅନ୍ୟ ପାର୍ଶ୍ୱରେ ପରମ ବୈଷ୍ଣବୀ ମା’ ଭଦ୍ରକାଳୀ ଅର୍ଥାତ ଗୋଟିଏ ପାର୍ଶ୍ୱରେ ମା’ ଦୁର୍ଗା ଅନ୍ୟ ପାର୍ଶ୍ୱ ରେ ମାଧବଙ୍କ ସମନ୍ୱୟ ରେ ଏହି ପୀଠ କୁ ଐତିହାସିକ ମାନେ ଦୁର୍ଗାମାଧବ ପୀଠ ବୋଲି ବର୍ଣନା କରିଛନ୍ତି।

- Advertisement -

ଏହି ଦୂର୍ଗା ମାଧବ ପୀଠ ରେ ମା ଆଜି ସିଂହବାହିନୀ ବେଶ କୁ ଧାରଣ କରି ଭକ୍ତ ମାନଙ୍କୁ ଅଭୟ ପ୍ରଦାନ କରିଛନ୍ତି। ମହାଯଜ୍ଞ ର ଚତୁର୍ଥ ଦିବସ ରେ ପୀଠରେ ଗୀତା ପାଠ, ଶତ ଚଣ୍ଡି ପାଠ, ବେଦପା ଠ, ନମାସଙ୍କିର୍ତନ୍ ଚାଲୁରହିଛି। ମନ୍ଦିର ପ୍ରଶାସନ ତରଫରୁ ସମସ୍ତ ନୃତ୍ୟ କଳାକାର ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସୋମବାର ମା ଙ୍କର ଜଗଦ୍ଧାତ୍ରୀ ବେଶ ନିମନ୍ତେ ସେବାୟତ ମାନଙ୍କ ଦ୍ଵାରା ପ୍ରସ୍ତୁତି ଚୁଡାନ୍ତ ହୋଇଛି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories