www.samajalive.in
Saturday, December 6, 2025
26.1 C
Bhubaneswar

କେନାଲକୁ କାର ଖସି ପାଞ୍ଚ ମୃତ

ଚଣ୍ଡିଗଡ : ଲୁଧିଆନାରେ ସୋମବାର ବିଳମ୍ବିତ ରାତିରେ ଏକ କାର କେନାଲ ମଧ୍ୟକୁ ଖସି ଯାଇ ୫ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ଖବର ମିଳିଛି। ଏହି ମର୍ମନ୍ତୁଦ ଦୁର୍ଘଟଣା ପ୍ରାୟ ରାତି ୧୨ଟା ସମୟରେ ଘଟିଛି। ଅନେକ ସମୟ ପରେ କେନାଲ ମଧ୍ୟରେ କାରକୁ ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ।
ମିଳିଥିବା ସୂଚନାନୁଯାୟୀ, ଗତକାଲି ପ୍ରାୟ ରାତି ୧୨ଟା ସମୟରେ ପାୟଲ ଗ୍ରାମ ନିକଟ ଝାମତ ପୋଲ ନିକଟରେ ଏକ କାର କେନାଲ ମଧ୍ୟକୁ ଖସିପଡିଥିଲା। କାରରେ ୬ ଜଣ ଥିବା ବେଳେ ୫ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କାରଟି ଦ୍ରୁତ ଗତିରେ ଥିବାରୁ ନିୟନ୍ତ୍ରଣ ହରାଇ କେନାଲକୁ ଖସି ପଡିଛି ବୋଲି ପୁଲିସ ସନ୍ଦେହ କରୁଛି। ମୃତଦେହ ଉଦ୍ଧାର କରାଯାଇ ତଦନ୍ତ ଆରମ୍ଭ ହୋଇଛି।

 

- Advertisement -

 

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories