www.samajalive.in
Saturday, December 6, 2025
15.1 C
Bhubaneswar

ଲକ୍ଷ୍ନୌଠାରୁ ହାରିଲା ଚେନ୍ନାଇ: ୮ୱିକେଟରେ ଜିତିଲା ରାହୁଲଙ୍କ ଟିମ୍‌‌

ନୂଆଦିଲ୍ଲୀ: ଘରୋଇ ମଇଦାନରେ ୮ୱିକେଟରେ ଚେନ୍ନାଇକୁ ପରାଜିତ କରିଛି ଲକ୍ଷ୍ନୌ। ଅଧିନାୟକ କେ.ଏଲ ରାହୁଲ,ଡିକକଙ୍କ ଦମଦାର ଅର୍ଦ୍ଧଶତକ ଫଳରେ ବିଜୟ ହାସଲ କରିଛି ଲକ୍ଷ୍ନୌ। ପ୍ରଥମେ ବ୍ୟାଟିଂ କରି ୬ୱିକେଟ ହରାଇ ୧୭୬ରନ କରିଥିଲା ଚେନ୍ନାଇ। ଟିମରେ ଦୁଇ ଓପନର ଫେଲ ମାରିବା ପରେ ପାଳି ସମ୍ଭାଳିଥିଲେ ରବୀନ୍ଦ୍ର ଜାଡେଜା। ୪୦ ବଲରେ ୫୭ରନ କରି ଦଳକୁ ଏକ ସ୍ଥିତିକୁ ଆଣିଥିଲେ। ଶେଷରେ ବ୍ୟାଟିଂ କରିବାକୁ ଆସିଥିବା ମହେନ୍ଦ୍ର ସିଂ ଧୋନି ବି କମାଲ କରିଥିଲେ। ୮ଟି ବଲରେ ୩ଚୌକା, ଦୁଇ ଛକା ସହ ୨୮ ରନ କରି ଅପରାଜିତ ରହିଥିଲେ। ୧୭୬ରନକୁ ଟାର୍ଗେଟ କରି ଜବରଦସ୍ତ ବ୍ୟାଟିଂ କରିଥିଲେ କେଏଲ ରାହୁଲ ଓ ଡିକକ। ରାହୁଲ ୫୩ବଲରେ ୮୨ରନ କରିଥିବାବେଳେ ଡିକକ ୪୩ବଲରେ ୫୪ରନ କରିଥିଲେ। ଦମଦାର ପାଳି ଖେଳିବାରୁ ଗୋଟିଏ ଓଭର ବାକି ଥାଇ ମ୍ୟାଚ ନିଜ ନାଁରେ କରିଥିଲା ଲକ୍ଷ୍ନୌ ।
ପ୍ଲେଅଫ୍‌‌ ଦୌଡରେ ଏବେ ୧୦ରୁ ୮ଟିମ୍‌‌ ରହିଛନ୍ତି। ରାଜସ୍ଥାନ ୭ରୁ ୬ ମ୍ୟାଚ ଜିତି ପଏଣ୍ଟ ଟେବୁଲର ଶୀର୍ଷରେ ରହିଥିବା ବେଳେ କୋଲକତା, ଚେନ୍ନାଇ, ଲକ୍ଷ୍ନୌ, ହାଇଦ୍ରାବାଦ ୪ଟି ଲେଖାଏଁ ମ୍ୟାଚ ଜିତିଛନ୍ତି। ସେପଟେ ଦିଲ୍ଲୀ, ମୁମ୍ବଇ, ଗୁଜରାଟ ୭ଟି ମ୍ୟାଚରୁ ୩ଟି ମ୍ୟାଚ ଜିତି ପାରିଛନ୍ତି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories