www.samajalive.in
Saturday, December 6, 2025
26.1 C
Bhubaneswar

ସମାଜବାଦୀ ପାର୍ଟିକୁ ପୁଣି ଫେରିବେ କି ଅପର୍ଣ୍ଣା ଯାଦବ? ଜାଣନ୍ତୁ କାହିଁକି ବଢିଲା ଚର୍ଚ୍ଚା

ସମାଜ ଡିଜିଟାଲ ଡେସ୍କ: ସମାଜବାଦୀ ପାର୍ଟିର ସଂସ୍ଥାପକ ମୁଲାୟମ ସିଂହ ଯାଦବକଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ ଘରକୁ ଫେରିପାରନ୍ତି। ବିଜେପି ଛାଡି ସେ ପୁଣି ଥରେ ସମାଜବାଦୀ ପାର୍ଟିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି। କାରଣ ବିଜେପି ତରଫରୁ ତାଙ୍କ ଉତ୍ତରପ୍ରଦେଶ ମହିଳା ଆୟୋଗର ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲେ ମଧ୍ୟ ସେ ଏଥିରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅଧ୍ୟକ୍ଷ ପଦବୀରେ ବବିତା ଚୌହାନ ପଦଭାର ଗ୍ରହଣ କରିଥିବା ବେଳେ ଏପର୍ଯ୍ୟନ୍ତ କିନ୍ତୁ ଅପର୍ଣ୍ଣା ପଦଭାବ ଏପର୍ଯ୍ୟନ୍ତ ଗ୍ରହଣ କରିନାହାଁନ୍ତି। ସେ ଶୁକ୍ରବାର ଦିନ ମୁଲାୟମ ସିଂହ ଯାଦବଙ୍କ ଭାଇ ତଥା ସପାର ମହାସଚିବ ଶିବପାଲ ସିଂହ ଯାଦବଙ୍କୁ ଭେଟିଥିବା ଜଣାପଡ଼ିଛି। ଫଳରେ ଚର୍ଚ୍ଚା ହେଉଛି କି ସେ ପୁଣି ଥରେ ସମାଜବାଦୀ ପାର୍ଟିକୁ ଫେରିପାରନ୍ତି। ଅପର୍ଣ୍ଣାଙ୍କ ତରଫରୁ ଏସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ହେଲେ ଆଗକୁ ଉତ୍ତରପ୍ରଦେଶର ୧୦ଟି ବିଧାନସଭା ଆସନରେ ନିର୍ବାଚନ ହେବାକୁ ଯାଉଛି। ଲୋକସଭା ନିର୍ବାଚନରେ ସମାଜବାଦୀ ପାର୍ଟି ବିଜେପିକୁ କଡା ଟକ୍କର ଦେଇ ବାଜି ମାରିଥିଲା। ଏପରି ସ୍ଥିତିରେ ବିଜେପିରୁ ଅପର୍ଣ୍ଣା ଘରକୁ ଫେରିଲେ ଏହା ସମାଜବାଦୀ ପାର୍ଟି ପାଇଁ ଲାଭଦାୟକ ହେବ। ସୂଚନା ଅନୁସାରେ ଅପର୍ଣ୍ଣା ଯାଦବ ୨୦୧୭ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ଟିକେଟରୁ ନିର୍ବାଚନ ଲଢିଥିଲେ। ହେଲେ ସେ ଏଥିରେ ବିଜେପି ପ୍ରାର୍ଥୀଙ୍କ ଠାରୁ ପରାଜିତ ହୋଇଥିଲେ।

 

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories