www.samajalive.in
Friday, December 12, 2025
14.1 C
Bhubaneswar

ଲେଫ୍ଟନାଣ୍ଟ ଜେନେରାଲ ଅନୀଲ ଚୌହ୍ୱାନ ନୂଆ ପ୍ରତିରକ୍ଷା ମୁଖ୍ୟ ନିଯୁକ୍ତ

ଡେସ୍କ: ଲେଫ୍ଟନାଣ୍ଟ ଜେନେରାଲ ଅନୀଲ ଚୌହ୍ୱାନଙ୍କୁ ଭାରତର ନୂଆ ପ୍ରତିରକ୍ଷା ମୁଖ୍ୟ (ସିଡିଏସ) ଭାବେ କେନ୍ଦ୍ର ସରକାର ନିଯୁକ୍ତି ଦେଇଛନ୍ତି। ଜେନେରାଲ ବିପିନ ରାୱତଙ୍କ ଏକ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ପରେ ଏହି ପଦବୀ ଖାଲି ପଡ଼ିଥିଲା। ଜେନେରାଲ ଅନୀଲ ଚୌହ୍ୱାନ ପ୍ରତିରକ୍ଷା ମୁଖ୍ୟ ସହ ମିଲିଟାରୀ ଆଫେୟାର୍ସ ସଚିବ ଭାବେ ମଧ୍ୟ କାର୍ଯ୍ୟ କରିବେ। ୧୯୬୧ ମେ ୧୮ରେ ଜନ୍ମଗ୍ରହଣ କରିଥିବା ଜେନେରାଲ ଅନୀଲ ଚୌହ୍ୱାନ ୨୦୨୧ରେ ଆର୍ମି ଇଷ୍ଟର୍ଣ୍ଣ କମାଣ୍ଡର କମାଣ୍ଡିଂ ଇନ୍ ଚିଫ୍ ଭାବେ ଅବସର ନେଇଥିଲେ। ଏହା ପରେ ସେ ଜାତୀୟ ସୁରକ୍ଷା ପରିଷଦର ସାମରିକ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିଲେ।

ଦେଶରେ ପ୍ରଥମ ଥର ପାଇଁ ଜଣେ ଅବସରପ୍ରାପ୍ତ ସେନାଧିକାରୀଙ୍କୁ ଏହି ପଦବୀରେ ନିଯୁକ୍ତି ମିଳିଛି। ଦୀର୍ଘ ୪୦ ବର୍ଷ ଧରି ସେନା ବାହିନୀରେ କାର୍ଯ୍ୟ କରିଥିବା ଜେନେରାଲ ଚୌହାନ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ସଫଳତାର ସହ କାର୍ଯ୍ୟ କରିଛନ୍ତି। ବିଶେଷ ଭାବେ ଜାମ୍ମୁ କାଶ୍ମୀର ଓ ଉତ୍ତରପୂର୍ବାଞ୍ଚଳରେ ପ୍ରତିକୂଳ ପରିସ୍ଥିତିରେ ଜେନେରାଲ ଚୋୖହାନଙ୍କର କାର୍ଯ୍ୟ କରିବାର ଦକ୍ଷତା ରହିଛି।

- Advertisement -

ଜେନେରାଲ ଚୌହାନ ତାଙ୍କର ଉତ୍କର୍ଷତା ପାଇଁ ପରମ ବିଶିଷ୍ଟ ସେବା ମେଡାଲ, ଉତ୍ତମ ଯୁଦ୍ଧ ସେବା ମେଡାଲ, ଅତି ବିଶିଷ୍ଟ ସେବା ମେଡାଲ, ସେନା ମେଡାଲ ଏବଂ ବିଶିଷ୍ଟ ସେବା ମେଡାଲରେ ଭୂଷିତ ହୋଇଛନ୍ତି।

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories