www.samajalive.in
Monday, December 15, 2025
26.1 C
Bhubaneswar

ପାଇଲଟ୍‍ ସ୍ୱାମୀଙ୍କୁ କାନ୍ଦି କାନ୍ଦି ବିଦାୟ ଦେଲେ କର୍ଣ୍ଣେଲ ପତ୍ନୀ

ସମାଜ ଡିଜିଟାଲ ଡ଼େସ୍କ: ପାଇଲଟ ସ୍ୱାମୀଙ୍କ ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ କର୍ଣ୍ଣେଲ ପତ୍ନୀ ଦୀପିକା ଚୌହାନ । ହାତରେ ସ୍ୱାମୀଙ୍କ ଫଟୋଚିତ୍ରକୁ ଧରି କାନ୍ଦି କାନ୍ଦି ଅନ୍ତିମ ବିଦାୟ ଦେଇଛନ୍ତି । ସ୍ୱାମୀଙ୍କ ମରଶରୀରକୁ ଦେଖି ଭାଙ୍ଗି ପଡିବା ସହ କାନ୍ଦି କାନ୍ଦି ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି ଦୀପିକା । ଗତ ୧୫ ତାରିଖରେ କେଦାରନାଥରେ ହୋଇଥିବା ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ଲେଫ୍ଟନାଣ୍ଟ କର୍ଣ୍ଣେଲ୍‍ ରାଜଭୀର ସିଂହ ଚୌହାନ । ରାଜଭୀର ସେହି ହେଲିକପ୍ଟରରେ ପାଇଲଟ ଥିଲେ । ସ୍ୱାମୀଙ୍କୁ ଅନ୍ତିମ ବିଦାୟ ଦେବା ବେଳେ ଭାବବିହ୍ୱଳ ହୋଇଛନ୍ତି ଦୀପିକା । ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓଟିକୁ ଦେଖି ୟୁଜର୍ସ ମଧ୍ୟ ଭାବବିହ୍ୱଳ ହୋଇଛନ୍ତି ।

- Advertisement -

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories