www.samajalive.in
Wednesday, December 10, 2025
26.1 C
Bhubaneswar

ବିକାଶଠୁ ବହୁ ଦୂରରେ ବାଲଡିହା ଗାଁର ଗୋଇଗଣ୍ଡ ସାହି

ଠାକୁରମୁଣ୍ଡା: ସ୍ୱାଧୀନତାର ଦୀର୍ଘ ବର୍ଷ ପୂରଣ ହୋଇଥିଲେ ମଧ୍ୟ ଯେମିତି ବିକାଶର ଛାଇ ପଡ଼ିନାହିଁ ଏହି ଗାଁରେ। ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ଗମନା-ଗମନ ଓ ପାନୀୟ ଜଳ ଭଳି ସମସ୍ତ ମୌଳିକ ସୁବିଧା ଏଠାରେ ବିପର୍ଯ୍ୟସ୍ତ। ଏହିଭଳି ନାହିଁ ନାହିଁର ଗାଁ ହେଉଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକର ସାଳଚୁଆ ପଂଚାୟତ ଅନ୍ତର୍ଗତ ବାଲଡିହା ଗାଁର ଗୋଇଗଣ୍ଡ ସାହି। ଏଠାରେ ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଏବେ ଅଭିଶପ୍ତ ଜୀବନ ବିତାଉଛନ୍ତି ଏହି ସାହିର ୫୬ ପରିବାର। ଗାଁକୁ ଯିବା ପାଇଁ ଭଲ ରାସ୍ତାଟିଏ ନାହିଁ। ବ୍ଲକଠାରୁ ୨୫ କିମି ଦୂର ଏହି ଗାଁ। ବର୍ଷା ଦିନେତ ଯାତାୟତ କଥା ନକହିବା ଭଲ। ଗାଁରେ ବିଦ୍ୟାଳୟଟିଏ ମଧ୍ୟ ନାହିଁ। ଏମିତିକି ବିଜୁଳି ଆଲୁଅ ଗ୍ରାମବାସୀଙ୍କ ପାଇଁ ସାତସପନ ହୋଇପଡିଛି।

ପ୍ରାୟ ୫୦ ବର୍ଷର ପୁରୁଣା ଏହି ଗୋଇଗଣ୍ଡ ସାହିରେ ୫୬ ପରିବାର ବସବାସ କରୁଥିବା ବେଳେ ଲୋକ ସଂଖ୍ୟା ପ୍ରାୟ ୩୫୦। ଗ୍ରାମର ଅଧିକାଂଶ ପରିବାର ଆବାସ ଯୋଜନାରୁ ବଞ୍ଚିତ। ଗୋଇଗଣ୍ଡ ଗାଁରେ ଦୁଇଟି ମାତ୍ର ନଳକୂପ ଥିବା ବେଳେ ଗୋଟିଏ ଅଚଳ ହୋଇ ପଡ଼ିରହିଛି। ଅନ୍ୟଟି ଗାଁ ପାଖରୁ ୧ କିମି ଦୂରରେ। ଯଦ୍ଵାରା ବାଧ୍ୟ ହୋଇ ମହିଳାମାନେ ଗ୍ରାମରୁ ୧ କିଲୋମିଟର ଦୂରରେ ଥିବା ବିଲର ଝରଣା ପାଣି ଉପରେ ହିଁ ନିର୍ଭର କରିଥାନ୍ତି। ଦୀର୍ଘଦିନ ଧରି ଝରଣା ପାଖରେ ଜମା ହୋଇ ରହିଛି ଅପରିଷ୍କାର ଜଳ। ଡେଙ୍ଗୁ, ମ୍ୟାଲେରିଆ, ଜଣ୍ଡିସ୍ ଆଦି ରୋଗ ବ୍ୟାପିବାର ଭୟ ରହିଥିବା ବେଳେ ସେଠାରୁ ପାଣି ପିଇବା ପାଇଁ ବାଧ୍ୟ ହେଉଛନ୍ତି ଗ୍ରାମବାସୀ ।

- Advertisement -

ଗାଁରେ ସ୍କୁଲଟିଏ ନାହିଁ। ମିନି ଅଙ୍ଗନୱାଡି କେନ୍ଦ୍ରଟିଏ ଥିଲେ ମଧ୍ୟ ଗୃହ ଅଭାବରୁ କେତେବେଳେ କାହା ଚାଳିଆ ତ କେତେବେଳେ ଗଛମୂଳରେ ଚାଲିଛି। ପିଲାଙ୍କ ଭବିଷ୍ୟତ ଅନ୍ଧକାରକୁ ଠେଲି ହୋଇଯାଉଛି। ଲୋକପ୍ରତିନିଧି ଏବଂ ପ୍ରଶାସନ ପାଖକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲାପରେ ମଧ୍ୟ ବାଧ୍ୟ ହୋଇ ଅଭିଶପ୍ତ ଜୀବନ ବିତାଉଛନ୍ତି ଏହି ବାଲଡିହା ଗାଁର ଗୋଇଗଣ୍ଡ ସାହି ଗ୍ରାମବାସୀ। ନିର୍ବାଚନ ଆସିଲେ ନେତା ମାଳ ମାଳ ପ୍ରତିଶ୍ରୁତି ଦେଇଥାନ୍ତି କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ସବୁ ଭୁଲି ଯାଆନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମର ତୁଳସୀ ମହାକୁ, ମାନ ହୋ, ଶ୍ରୀମତୀ ମହାକୁଡ଼ ଓ ଶାନ୍ତି ମହାକୁଡ଼ଙ୍କ ସମେତ ଗ୍ରାମବାସୀ ପ୍ରମୁଖ ଅଭିଯୋଗ କରିଛନ୍ତି। ତେବେ ଏ ବିଷୟରେ ବ୍ଲକ ସହକାରୀ ଯନ୍ତ୍ରୀ ମନୋଜ କୁମାର ମିଞ୍ଜିଙ୍କୁ ପଚାରିବାରୁ ସେ କହିଛନ୍ତି, ଖୁବଶୀଘ୍ର ଅଧାଖଣ୍ଡିଆ ଅଙ୍ଗନୱାଡ଼ି ଘର କାମ ସମ୍ପୂର୍ଣ୍ଣ ହେବ। ପାନୀୟ ଜଳ ସମସ୍ୟା ବିଷୟରେ ପଚାରିବାରୁ ବିଭାଗୀୟ ଜେ.ଇ କହିଲେ ଏବିଷୟରେ ସରପଞ୍ଚ କିମ୍ବା ସମିତି ସଭ୍ୟ ଜଣାଇ ନାହାନ୍ତି। ତେବେ ଖରାପ ଥିବା ନଳକୂପ ବର୍ତ୍ତମାନ କଣ ସ୍ଥିତିରେ ଅଛି ଦେଖିଲା ପରେ କହିବା। ମୁଁ ଆପଣଙ୍କ ଠାରୁ ସୂଚନା ପାଇଲି। ଖୁବଶୀଘ୍ର ସମସ୍ୟାର ସମାଧାନ ହେବ।

Hot this week

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ; ପିଲାଙ୍କୁ ଛୁଟି କରି ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥରେ...

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

Related Articles

Popular Categories