ପଦ୍ମପୁର : ଲଘୁଚାପ ଜନିତ ବର୍ଷା ଓ ପବନରେ ରାଜ ବୋଡା ସମ୍ବର, ପଦ୍ମପୁର ବ୍ଲକର କନସିଂହା, ଚାରପାଲି, ଡଙ୍ଗାଘାଟ, ଜମଲା, ବରିହାପାଲି ଗ୍ରାମ ପଞ୍ଚାୟତର ଶହ ଶହ ଏକର ଧାନ ଫସଲ ନଷ୍ଟ ହୋଇଯାଇଛି । ରୋଗ ,ପୋକରୁ ଯାହା କିଛି ଧାନ ବଞ୍ଚିଥିଲା, ମଙ୍ଗଳବାର ଅପରାହ୍ନରେ ଘୂର୍ଣ୍ଣିଝଡ ବହୁତ ଯୋରରେ ମାଡି ଆସିଥିଲା। କେତେକ ପାଚିଲା ଧାନ,ଗଛରେ ଥିବା କଞ୍ଚା ଧାନ କ୍ଷେତରେ ଲୋଟି ଯାଇଛି। ଜମିରେ ପାଣି ଥିବାରୁ ପାଚିଲା ଧାନ ଗଜା ହୋଇଯିବ ଓ କଞ୍ଚା ଧାନ ସବୁ ଅଗାଡି ହୋଇଯିବ। ଶହ ଶହ ଏକର ଧାନ ଫସଲ ନଷ୍ଟ ହେବାରୁ ଚାଷୀ ମୁଣ୍ତରେ ହାତ ଦେଇ ବସିଛି। ଚାଷୀ ରୋହିତ ପ୍ରଧାନ, ରାଜୀବ ମିଶ୍ର, ବୈଲୋଚନ ନାୟକ, ଅଶ୍ବିନୀ ଧରୁଆ, ଘନଶ୍ୟାମ ସ୍ବାଇଁ, କ୍ଷୀରୋଦ୍ର ସାହୁ, ସରୋଜ ସାହୁ, ମନୋଜ ପ୍ରଧାନ, ଭରତ ପ୍ରଧାନ, ପ୍ରଶାନ୍ତ ବେହେରା, ମେଘନାଦ ବେହେରା, ସୁଶାନ୍ତ ବେହେରା, ସଂଜୀବ ସାହୁ ସରକାରଙ୍କଠାରୁ କ୍ଷତି ପୁରଣ ମିଲିବା ପାଇଁ ଦାବୀ କରିଛନ୍ତି।




