www.samajalive.in
Saturday, December 6, 2025
16.1 C
Bhubaneswar

ଦୁନିଆର ସବୁଠାରୁ ଦାମୀ ଓ ମୂଲ୍ୟବାନ ପ୍ରଭୁକୃଷ୍ଣଙ୍କ ଏହି ପ୍ରତିମା

ଝାଡ଼ଖଣ୍ଡ : ଝାଡ଼ଖଣ୍ଡର ପଶ୍ଚିମରେ ଉତରପ୍ରଦେଶର ସୀମା ନିକଟ ଗଡ଼ବା ଜିଲାର ନିକଟରେ ବଂଶୀଧର ମନ୍ଦିର ରହିଛି। ଏହି ମନ୍ଦିରରେ ବିରାଜିତ ଭଗବାନ କୃଷ୍ଣଙ୍କର ପ୍ରତିମା ଦୁନିଆର ସବୁଠାରୁ ଦାମୀ ପ୍ରତିମା ବୋଲି ମାନ୍ୟତା ରହିଛି। ପ୍ରଭୁ ଶ୍ରୀକୃଷ୍ଣଙ୍କ ସବୁଠାରୁ ମୂଲ୍ୟବାନ ଏହି ମୂର୍ତି ୧୨୮୦ କିଲୋ ସୁନାର ପ୍ରତିମା , ଯାହାର ମୂଲ୍ୟ ୭୧୬ କୋଟି ଟଙ୍କା ଠାରୁ ମଧ୍ୟ ଅଧିକ। ମୋଗଲଙ୍କ ସମୟ ସହ ଏହି ମୂର୍ତିର ଇତିହାସ ଜଡ଼ିତ ହୋଇ ରହିଛି। ୧୮୨୮ରେ ଏଠାକାର ରାଣୀଙ୍କୁ ମାଟି ଖୋଦନ ସମୟରେ ଏହି ମୂର୍ତି ମିଳିଥିଲା ବୋଲି କୁହାଯାଉଛି।। ୧୦ ଫୁଟ ଉଚ୍ଚତା ବିଶିଷ୍ଟ ଏହି ମୂର୍ତି ୫ ଫୁଟ ମାଟି ଭିତରକୁ ଓ ୫ ଫୁଟ ମାଟିର ଉପରକୁ ରହିଛି। ଏହି ମୂର୍ତି ୧୨୮୦ କିଲୋ ସୁନାରେ ନିର୍ମିତ ହୋଇଛି। ଏହି ସୁନାର ମୂଲ୍ୟ ବର୍ତମାନ ସମୟରେ ୭୧୬ କୋଟି ହେବ। ମାତ୍ର ଏହି ପ୍ରତିମାର ମୂଲ୍ୟ ୨୦୦୦ କୋଟିରୁ ଅଧିକ ବୋଲି କୁହାଯାଉଛି। ପ୍ରତିମାଟିରେ ସପ୍ତଫେଣୀ ନାଗ ଉପରେ ପ୍ରଭୁ କୃଷ୍ଣ ବିରାଜିତ। ପ୍ରତିମାର ସପ୍ତଫେଣୀ ନାଗ ଅଂଶ ମାଟି ଭିତରକୁ ରହିଛି। ମନ୍ଦିରର କର୍ମଚାରୀଙ୍କ ମତାନୁଯାୟୀ ଏଯାବତ ଏହି ପ୍ରତିମାଟି କେତେ ବର୍ଷର ପୁରୁଣା ସେନେଇ କୌଣସି ସଠିକ ସ୍ପଷ୍ଟତା ନାହିଁ।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories