www.samajalive.in
Saturday, December 6, 2025
16.1 C
Bhubaneswar

ମଙ୍ଗଳବାର ଦିନ ପ୍ରଭୁ ହନୁମାନଙ୍କୁ ପୂଜା କରିବାର ଲାଭ

ମଙ୍ଗଳବାର ଦିନ ହନୁମାନଙ୍କୁ ପୂଜା କରାଯାଇଥାଏ। ପୌରାଣିକ ମାନ୍ୟତା ଅନୁସାରେ ଏହି ଦିନ ହନୁମାନଙ୍କର ଜନ୍ମ ହୋଇଥିଲା। ଏହା ସହିତ ହନୁମାନଙ୍କୁ ମଙ୍ଗଳ ଗ୍ରହର ନିୟନ୍ତ୍ରକ ମଧ୍ୟ କୁହାଯାଇଥାଏ। ତେଣୁ ଏହି କାରଣରୁ ମଙ୍ଗଳବାର ଦିନ ହନୁମାନଙ୍କର ପୂଜା କରିବାର ବିଧି ରହିଛି। ବିଶ୍ୱାସ ରହିଛି ଯେ, ଏହି ଦିନ ହନୁମାନଙ୍କର ଉପାସନା କରିବା ଦ୍ୱାରା ସାହସ, ଆତ୍ମବିଶ୍ୱାସ ଓ ଆତ୍ମଶକ୍ତି ପ୍ରାପ୍ତ ହୋଇଥାଏ।

ମହାଭାରତ ଗ୍ରନ୍ଥରେ ଉଲ୍ଲେଖ ରହିଛି ଯେ, ମହାଭାରତ ଯୁଦ୍ଧ ସମୟରେ ଅର୍ଜୁନଙ୍କ ରଥର ପତାକାରେ ହନୁମାନ ବିରାଜମାନ କରିଥିଲେ। ସମସ୍ତ ଯୁଦ୍ଧରେ ସେ ପାଣ୍ଡବମାନଙ୍କର ରକ୍ଷା ମଧ୍ୟ କରିଥିଲେ। ସେଥିପାଇଁ ଯେକୌଣସି କୋର୍ଟ କଚେରୀ ମାମଲା, ଆୟୁ ବୃଦ୍ଧି, ପରୀକ୍ଷାରେ ବିଜୟୀ ହେବା ପାଇଁ ମଙ୍ଗଳବାର ଦିନ ହନୁମାନଙ୍କୁ ଗେରୁଆ ରଙ୍ଗର ପତାକା ଦାନ କରନ୍ତୁ।

- Advertisement -

ତୁଳସୀ ହେଉଛି ଭଗବାନ ବିଷ୍ଣୁଙ୍କର ଅତ୍ୟନ୍ତ ପ୍ରିୟ। ବିଷ୍ଣୁଙ୍କର ସମସ୍ତ ଅବତାରଙ୍କୁ ତୁଳସୀ ଅର୍ପଣ କରାଯାଇଥାଏ। ହନୁମାନ ପ୍ରଭୁ ଶ୍ରୀରାମଙ୍କର ପରମ ଭକ୍ତ ଅଟନ୍ତି। ଶ୍ରୀରାମଙ୍କୁ ତୁଳସୀ ଚଢାଇବା ଦ୍ୱାରା ସେ ଅତ୍ୟନ୍ତ ପ୍ରସନ୍ନ ଯାଆନ୍ତି। ତେଣୁ ହନୁମାନଙ୍କୁ ତୁଳସୀ ହାର ସମର୍ପିତ କରିବା ଦ୍ୱାରା ଆଶୀର୍ବାଦ ପ୍ରାପ୍ତି ହୋଇଥାଏ।

ପୁରାଣ ଅନୁସାରେ ମାତା ସୀତା ନିଜ ସ୍ୱାମୀ ପ୍ରଭୁ ଶ୍ରୀରାମଙ୍କୁ ପ୍ରସନ୍ନ କରିବା ପାଇଁ ନିଜ ମଥାରେ ସିନ୍ଦୁର ଲଗାଉଥିଲେ। ଏହା ଦେଖି ହନୁମାନ ମଧ୍ୟ ରାମଙ୍କୁ ପ୍ରସନ୍ନ କରିବା ପାଇଁ ନିଜ ଶରୀରରେ ସିନ୍ଦୁର ଲଗାଇଥିଲେ। ସେହିଦିନ ଠାରୁ ହନୁମାନଙ୍କୁ ସିନ୍ଦୁର ଚଢାଇବା ପରମ୍ପରା ରହି ଆସିଛି। ମନୋକାମନା ପୂର୍ଣ୍ଣ କରିବା ପାଇଁ ହନୁମାନଙ୍କୁ ସିନ୍ଦୁର ଚଢାଇବା ଦ୍ୱାରା ଶୁଭଫଳ ମିଳିଥାଏ।

 

Hot this week

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

Related Articles

Popular Categories