ଶାସ୍ତ୍ର ଏବଂ ପୁରାଣରେ ପ୍ରଭୁ ହନୁମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ମଙ୍ଗଳବାର ଓ ଶନିବାର ଦିନକୁ ବିଶେଷ ଦିନ ବୋଲି କୁହାଯାଇଛି। ତେଣୁ ଏହି କାରଣରୁ ଏହି ଦୁଇଟି ଦିନରେ ହନୁମାନଙ୍କର ବିଶେଷ ଭାବେ ପୂଜାର୍ଚ୍ଚନା କରାଯାଇଥାଏ। ଜାଣତରେ ଅଜାଣତରେ ବହୁ ସମୟରେ ଭକ୍ତମାନେ ଏପରି କିଛି ଭୁଲ କରିଥାଆନ୍ତି, ଯାହା ଦ୍ୱାରା ତାଙ୍କୁ ପୂଜାର ଉପଯୁକ୍ତ ଫଳ ମିଳିପାରିନଥାଏ। ଜାଣନ୍ତୁ ସେହି ଭୁଲ ଗୁଡ଼ିକ କ’ଣ ….
ମଙ୍ଗଳବାର ଓ ଶନିବାର ଦିନ କଳା କିମ୍ବା ଧଳା ରଙ୍ଗର ପୋଷାକ ପିନ୍ଧି ହନୁମାନଙ୍କୁ ପୂଜା କରନ୍ତୁ ନାହିଁ।
ହନୁମାନଙ୍କୁ ଲାଲ, ଗେରୁଆ ରଙ୍ଗ ଖୁବ ପସନ୍ଦ। ତେଣୁ ପ୍ରଭୁଙ୍କୁ ପୂଜା କରିବା ସମୟରେ ଲାଲ, ଗେରୁଆ ଓ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ।
ମଙ୍ଗଳବାର ଦିନ ବ୍ରତ ରଖୁଥିବା ବ୍ୟକ୍ତିିମାନେ ଲୁଣ ଖାଆନ୍ତୁ ନାହିଁ।
ବ୍ରତ ଦିନ ପ୍ରଭୁଙ୍କ ମନ୍ଦିର ଯାଇ ଦର୍ଶନ କରନ୍ତୁ।
ମଙ୍ଗଳବାର ଦିନ ଆମିଷ ଏବଂ ମଦ୍ୟପାନ କରନ୍ତୁ ନାହିଁ।
ଶାନ୍ତ ଓ ଶ୍ରଦ୍ଧାର ସହ ପ୍ରଭୁଙ୍କୁ ପୂଜା କରିବା ଦ୍ୱାରା ଏହା ଶୁଭଫଳ ପ୍ରଦାନ କରିଥାଏ।
ପ୍ରଭୁ ହନୁମାନଙ୍କୁ ପୂଜା କରିବା ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ
Popular Categories



