www.samajalive.in
Saturday, December 6, 2025
19.1 C
Bhubaneswar

ବିଷ୍ଣୁଙ୍କ ବିୟୋଗରେ ଶୋକ

ଜଗତସିଂହପୁର :  ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ଅନ୍ତିମ ସଂସ୍କାର ମଙ୍ଗଳବାର ଜଗତସିଂହପୁରରେ ଅନୁଷ୍ଠିତ ହେବ।  ତିର୍ତ୍ତୋଲର ବିଧାୟକ ବିଷ୍ଣୁ ଦାସଙ୍କ ବିୟୋଗରେ ଜଗତସିଂହପୁର ଜିଲ୍ଲାର ବହୁ ବିଶିଷ୍ଟ ବ୍ୟକ୍ତିମାନେ ଶୋକପ୍ରକାଶ କରିଛନ୍ତି।

- Advertisement -

ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଲକ୍ଷ୍ମଣ ମଲ୍ଲିକଙ୍କ ପୁତ୍ର ଦେବୀପ୍ରସାଦ ମଲ୍ଲିକ ଶୋକବ୍ୟକ୍ତ କରିଥିବା ବେଳେ ପାରାଦ୍ୱୀପ କଂଗ୍ରେସ ନେତା ବାପି ସର୍ଖେଲ ଶୋକବ୍ୟକ୍ତ କରିଛନ୍ତି। ସେହିଭଳି ଜଗତସିଂହପୁର ଜିଲ୍ଲା ବିଜେଡ଼ିର ଉପସଭାପତି ତଥା ବିଷ୍ଣୁଙ୍କ ଖାସ୍‍ ସହଯୋଗୀ ଦିପ୍ତି ଦାସ ଗଭୀର ଶୋକବ୍ୟକ୍ତ କରିଥିବା ବେଳେ ଜଗତସିଂହପୁର ବ୍ଲକ-୩ନମ୍ବର ଜୋନର ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଅଞ୍ଜଳି ପରିଡା ଶୋକବ୍ୟକ୍ତ କରିଛନ୍ତି। ସେମିତି ଜଗତସିଂହପୁରର ଜଣାଶୁଣା ଆଇନଜୀବୀ ଅତୁଲ୍ୟ ଚନ୍ଦ୍ର ଦାସ ଶୋକବ୍ୟକ୍ତ କରିଥିବା ବେଳେ ପାରାଦ୍ୱୀପର ବିଜେଡ଼ି ନେତା ସନ୍ତୋଷ କୁମାର ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିବା ସହ ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories