www.samajalive.in
Sunday, December 7, 2025
13.1 C
Bhubaneswar

ରୋଗ ପାଇଁ ଖର୍ଚ୍ଚ ଲାଗି ରହୁଥିଲେ ଆପଣାନ୍ତୁ ଏହି ଉପାୟ..

ହିନ୍ଦୁ ଧର୍ମରେ ସର୍ବପ୍ରଥମେ ପ୍ରଭୁ ଗଣେଶଙ୍କ ପୂଜାର ବିଧାନ ରହିଛି। ଗଣେଶଙ୍କ ପୂଜା ବିନା କୌଣସି ଶୁଭ କାର୍ୟ୍ୟର ପ୍ରାରମ୍ଭ ହୋଇନଥାଏ। ଧାର୍ମିକ ମାନ୍ୟତା ଅନୁଯାୟୀ, ବୁଧବାରର ଦିନ ଗଣେଶଙ୍କୁ ସମର୍ପିତ। ଗଣେଶଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ବିଶେଷ ଫଳ ପ୍ରାପ୍ତି ହୋଇଥାଏ। ଜାଣନ୍ତୁ କିଛି ସହଜ ଉପାୟ ବିଷୟରେ..
ରୋଗ ଲାଗି ରହି ଖର୍ଚ୍ଚ ହେଉଥିଲେ-
ଗଣେଶଙ୍କ ଲାଲ ରଙ୍ଗର ମୂର୍ତ୍ତିକୁ ସ୍ଥାପନ କରନ୍ତୁ।
ନିୟମିତ ସକାଳ ସମୟରେ ୧୧ଟି ଲାଲ ପୁଷ୍ପ ଅର୍ପଣ କରନ୍ତୁ।
ଏହା ପରେ ‘ବକ୍ରତୁଣ୍ଡ ମହାକାୟ’ ମନ୍ତ୍ରକୁ ୧୦୮ ଥର ରୁଦ୍ରାକ୍ଷ ମାଳା ନେଇ ଜପ କରନ୍ତୁ।
ଏହି ଉପାୟ ଲଗାତର ୨୭ ଦିନ ପର୍ୟ୍ୟନ୍ତ କରନ୍ତୁ।
ଏହି ଉପାୟ କରିବା ଦ୍ୱାରା ରୋଗରୁ ମୁକ୍ତି ମିଳିବା ସହ ସମସ୍ୟାରୁ ମୁକ୍ତି ମିଳିଥାଏ।
୨୭ ଟି ଲାଲ ଗୋପାଲ ଫୁଲକୁ ଗଣେଶଙ୍କ ମନ୍ତ୍ର ଉଚ୍ଚାରଣ କରି ପ୍ରଭୁଙ୍କୁ ଅପର୍ଣ କରନ୍ତୁ।
ଧନର ଅଭାବ ଲାଗି ରହୁଥିଲେ କରନ୍ତୁ ଏହି ଉପାୟ –
ଭଗବାନ ଗଣେଶଙ୍କର ସବୁଜ ରଙ୍ଗର ମୂର୍ତ୍ତିକୁ ଉତ୍ତର ଦିଗରେ ସ୍ଥାପନା କରନ୍ତୁ।
ନିୟମିତ ୧୧ ଟି ସବୁଜ ଦୁବ ଗଣେଶଙ୍କୁ ଅର୍ପଣ କରନ୍ତୁ।
ଏହା ପରେ ‘ଓଁ ନମୋ ଭଗବତେ ଗଜାନନାୟ’ ଏହି ମନ୍ତ୍ରର ୧୦୮ ଥର ଜପ କରନ୍ତୁ।
ପ୍ରତିଦିନ ସକାଳ ଓ ସନ୍ଧ୍ୟା ସମୟରେ ପ୍ରଭୁଙ୍କୁ ହଳଦିଆ ରଙ୍ଗର ମୋଦକ ଅର୍ପଣ କରନ୍ତୁ। ଏହା ପରେ ଏହି ଭୋଗକୁ ପିଲାମାନଙ୍କୁ ବାଣ୍ଟି ଦିଅନ୍ତୁ।
ଏହି ଉପାୟ ନିୟମିତ ୧୧ ଦିନ କରନ୍ତୁ।
ଅଯଥା ଧନ ଖର୍ଚ୍ଚ ହେଉଥିଲେ କରନ୍ତୁ ଏହି ଉପାୟ –
ଗଣେଶଙ୍କ ହଳଦିଆ ରଙ୍ଗର ମୂର୍ତ୍ତିକୁ ପୂର୍ବ ଦିଗରେ ସ୍ଥାପନ କରନ୍ତୁ।
ସବୁଜ ଦୁବ ଅର୍ପଣ ସହ ଧୂପଦୀପ ଅର୍ପଣ କରନ୍ତୁ।
ନିୟମିତ ହଳଦିଆ ରଙ୍ଗର ମୋଦକ ଅର୍ପଣ କରନ୍ତୁ।
ଗଣେଶଙ୍କ ମନ୍ତ୍ର ୧୦୮ ଥର ଜପ କରନ୍ତୁ।
ଏହି ଉପାୟ ନିୟମିତ ୨୭ ଦିନ ପର୍ୟ୍ୟନ୍ତ କରନ୍ତୁ।
କର୍ମକ୍ଷେତ୍ରରେ ଧନ ବୃଦ୍ଧି ପାଇଁ –
ପ୍ରଭୁ ଗଣେଶଙ୍କ ସହ ମା’ଲକ୍ଷ୍ମୀଙ୍କ ମୂର୍ତ୍ତି ସ୍ଥାପନ କରନ୍ତୁ।
ପ୍ରଭୁ ଓ ମା’ଙ୍କୁ ଗୋଲାପର ଅତର ଅର୍ପଣ କରନ୍ତୁ।
ଏହା ପରେ ‘ଓଁ ଗଣ ଗଣପତାୟ ନମଃ’ ମନ୍ତ୍ରର ୧୦୮ ଥର ଜପ କରନ୍ତୁ।
ଏହି ଉପାୟ ପ୍ରତି ଶୁକ୍ରବାର କରନ୍ତୁ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories