www.samajalive.in
Monday, December 15, 2025
27.1 C
Bhubaneswar

ଲୁଟ୍ ଅଭିଯୋଗ, ଲୁଟେରାଙ୍କ ଆକ୍ରମଣରେ ଦମ୍ପତ୍ତି ଆହତ

ପିପିଲି: ପିପିଲି ଥାନା ତେଇସିପୁର ପଞ୍ଚାୟତ ଅନ୍ତର୍ଗତ ଆବଲପୁର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏକ ଘରର କବାଟକୁ ତାଡି ୩ଜଣ ଲୁଟେରା ଟଙ୍କା, ସୁନା ଅଳଙ୍କାର ଓ ମୋବାଇଲ୍‌କୁ ଲୁଟି ନେଇଛନ୍ତି  । ଲୁଟେରାଙ୍କ ଆକ୍ରମଣରେ ଗୃହକର୍ତ୍ତାଙ୍କ ସମେତ ତାଙ୍କ ପତ୍ନୀ ଆହତ ହୋଇଛନ୍ତି  । ପିପିଲି ଓ ସାତଶଙ୍ଖ ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ ଚଳାଇଥିବା ବେଳେ ଲୁଟେରାଙ୍କ ସଂପର୍କରେ ଅଦ୍ୟାବଧି ପୁଲିସକୁ କୌଣସି ସୁରାକ ମିଳିପାରି ନଥିବା ସୂଚନା ମିଳିଛି  ।

ଆବଲପୁର ଗ୍ରାମର ହରେକୃଷ୍ଣ ରାଉତ (୬୦), ତାଙ୍କ ପତ୍ନୀ ତିଳୋତମା ରାଉତ (୫୨) ଓ ମାଆ କୁନ୍ତଳା ରାଉତ (୯୦) ବୁଧବାର ରାତିରେ ଘରେ ଶୋଇଥିବା ବେଳେ ରାତି ପ୍ରାୟ ଗୋଟାଏ ସମୟରେ ତିନିଜଣ ଦୁର୍ବୁତ୍ତ ଉକ୍ତ ଘରର କବାଟକୁ ତାଡି ଘର ମଧ୍ୟରେ ପଶିଥିଲେ  । ସେମାନେ ଏକ କାଠଫାଳିଆରେ ତିଳୋତମାଙ୍କୁ ନିସ୍ତୁକ ମାଡ ମାରି ପିନ୍ଧିଥିବା ସୁନା କାନଫୁଲକୁ ଲୁଟି ନେଇଥିଲେ  । ପରେ କୁନ୍ତଳାଙ୍କୁ ମାଡିବସି ତାଙ୍କ କାନରୁ ମଧ୍ୟ ସୁନା କାନଫୁଲକୁ କାଢି ନେଇଥିଲେ  । ହରେକୃଷ୍ଣ କିଛି କହିବା ପୂର୍ବରୁ ଏକ ଭୁଜାଲିରେ ତାଙ୍କ ବାମହାତ ପାପୁଲିକୁ ଏକ ଚୋଟ ମାରିଥିଲେ  । ପରେ ଦୁର୍ବୁତ୍ତ ମାନେ ଉକ୍ତ ଘରେ ଥିବା ଆଲମିରା, ଆଟାଚି, ଟ୍ରଙ୍କ ଆଦିକୁ ତନ୍ନ ତନ୍ନ କରି ଯାଞ୍ଚ କରିବା ସହ ଆଲ୍‌ମିରାରେ ରଖାଯାଇଥିବା ୧୦ହଜାର ୫ଶହ ଟଙ୍କା ଲୁଟି ନେଇଥିଲେ  । ଯିବାବେଳେ ସେମାନେ ହରେକୃଷ୍ଣଙ୍କ ଠାରୁ ଦୁଇଟି ମୋବାଇଲ୍‌ ଫୋନକୁ ଛଡାଇ ନେଇ ଫେରାର ହୋଇ ଯାଇଥିଲେ  ।

- Advertisement -

 

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories