ପାକ୍ ଅନ୍ତରାଷ୍ଟ୍ରୀୟ କୋର୍ଟରେ ଜାଧବ: ୧୭ଜୁଲାଇ ମଧ୍ୟରେ ଉତ୍ତର ରଖିବ ପାକ୍
ନୂଆଦିଲ୍ଲୀ: ପାକିସ୍ତାନ ଉପରେ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ଗିରଫ ହୋଇଥିବା ଭାରତୀୟ ନାଗରିକ କୁଳଭୂଷଣ ଜାଧବଙ୍କ ବିରୋଧରେ ଅର୍ନ୍ତରାଷ୍ଟ୍ରୀୟ କୋର୍ଟରେ ଜୁଲାଇ ୧୭ ପୂର୍ବରୁ ଉତ୍ତର ରଖିବ ବୋଲି ପାକିସ୍ତାନ ଗଣମାଧ୍ୟମରୁ ପ୍ରକାଶ। ଭାରତ ପକ୍ଷରୁ ୧୭ଏପ୍ରିଲରେ ପାକିସ୍ତାନ ଅର୍ନ୍ତରାଷ୍ଟ୍ରୀୟ କୋର୍ଟରେ ଆବେଦନକୁ ଚ୍ୟାଲେଞ୍ଜ କରି ପାକିସ୍ତାନ ନିଜ ପକ୍ଷ ରଖିବ। ଏଠାରେ ସୂଚନା ଯୋଗ୍ୟ ଭାରତୀୟ ନାଗରିକ କୁଲଭୂଷଣ ଜାଧବଙ୍କୁ ଆତଙ୍କବାଦୀ ଓ ଗୁଇନ୍ଦାଗିରି ଅଭିଯୋଗରେ ପାକ୍ ସେନା କୋର୍ଟ ଫାସିଦଣ୍ଡରେ ଦଣ୍ଡିତ କରିଥିଲା। ପାକିସ୍ତାନର ଏଭଳି ରାୟକୁ ଚ୍ୟାଲେଞ୍ଜ କରି ଭାରତ ଗତ ବର୍ଷ ଅନ୍ତର୍ଜାତୀତ କୋର୍ଟରେ ପୁର୍ନବିଚାର ଆବେଦନ କରିଥିଲା। ଉଭୟ ପକ୍ଷ ଶୁଣିବା ପରେ ଆଇସିଜେର ୧୦ଜଣିଆ ଖଣ୍ଡପିଠ କୁଳଭୂଷଣଙ୍କ ଫାସିଦଣ୍ଡ ଉପରେ ସ୍ଥଗିତାଦେଶ ଜାରୀ କରିଥିଲେ।