www.samajalive.in
Friday, December 5, 2025
26.1 C
Bhubaneswar

ଟେଲିଗ୍ରାମ ଆପ୍ ଜରିଆରେ ଟଙ୍କା ଡବଲ କରିବାକୁ କହି ଲୁଟ୍ : ଅଭିଯୁକ୍ତକୁ ଗିରଫ

କୋରାପୁଟ: ସୋସିଆଲ ମିଡିଆରେ ଗ୍ରୁପ୍ କରି ସାଇବର ଠକେଇ । ଟଙ୍କା ବିନିଯୋଗ କଲେ ଦୁଇ ଗୁଣ ହେବା ଲୋଭ ଦେଖାଇ ଠକେଇ କରୁଥିବା ଜଣେ ଠକକୁ ଗିରଫ କରିଛି କୋରାପୁଟ ସାଇବର ଥାନା ପୁଲିସ୍। ଅଭିଯୁକ୍ତ ଜଣକ ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର କାନପୁର ଗାଁର ଜଗନ୍ନାଥ ବେହେରା। ସେ ସୋସିଆଲ ମିଡିଆରେ ଅଜଣା ଲୋକଙ୍କ ସହ ଯୋଗାଯୋଗ କରିବା ପରେ ଲିଙ୍କ୍ ପଠାଉଥିଲା। ଏହାପରେ ସମ୍ପୃକ୍ତ ବ୍ୟକ୍ତି ମାନଙ୍କୁ ନେଇ ସୋସିଆଲ ମିଡିଆ ଆପ୍ ଟେଲିଗ୍ରାମରେ ଗ୍ରୁପ୍ ତିଆରି କରୁଥିଲା। ଏଠାରେ ଟଙ୍କା ବିନିଯୋଗ କରି ଦୁଇ ଗୁଣା ପାଇବା ପାଇଁ ଲୋଭନୀୟ ଅଫର ଦେଉଥିଲା। ଏଥିରେ ପଟ୍ଟାଙ୍ଗୀ ଅଞ୍ଚଳର ଆଶିଷ କୁମାର ପ୍ରଧାନ ନାମକ ଜଣେ ବ୍ୟକ୍ତି ଫସିଯାଇଥିଲେ। ସେ ଜଗନ୍ନାଥଙ୍କ ଆକାଉଣ୍ଟରେ ଏକ ଲକ୍ଷ ୫୮ ହଜାର ଟଙ୍କା ଜମା କରିଥିଲେ। ତେବେ ଜଗନ୍ନାଥ ଆଉ ତାଙ୍କୁ ଧରା ଛୁଆଁ ଦେଇନଥିଲେ। ଲହାପରେ ଆଶିଷ ଗତ ଫେବୃଆରୀ ମାସ ୭ ତାରିଖରେ କୋରାପୁଟ ସାଇବର ଥାନାର ଦ୍ବାରସ୍ଥ ହୋଇଥିଲେ। ପୁଲିସ୍ ପକ୍ଷରୁ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରାଯାଇଥିଲା। ଏବଂ ଅଭିଯୁକ୍ତଙ୍କଠାରୁ ଠକେଇ ଟଙ୍କା ଏବଂ ଏକ ମୋବାଇଲ ଫୋନ୍ ଜବତ ହୋଇଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories