www.samajalive.in
Friday, December 5, 2025
26.1 C
Bhubaneswar

କାହିଁକି ନିଜ ପିଲାଙ୍କୁ ଲୁଚାଇ ରଖନ୍ତି ରୁଷ ରାଷ୍ଟ୍ରପତି ପୁଟିନ

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କ ପରିବାର ଏବଂ ବ୍ୟକ୍ତିଗତ ଜୀବନ ବିଷୟରେ ସର୍ବସାଧାରଣରେ କେବେ ପ୍ରକାଶ କରନ୍ତି ନାହିଁ। ପୁଟିନଙ୍କର ପ୍ରକୃତରେ କେତେ ସନ୍ତାନ ଅଛନ୍ତି ଏବଂ ସେମାନେ କିଏ ଓ କେଉଁଠାରେ ରୁହନ୍ତି ତାହା କେହି ଜାଣିନାହାଁନ୍ତି। କାହିଁକି ପୁଟିନ ନିଜ ପିଲାଙ୍କୁ ଲୁଚାଇ ରଖନ୍ତି ଚାଲନ୍ତୁ ଜାଣିବା . . .
କିଛି ବର୍ଷ ପୂର୍ବେ ପୁଟିନଙ୍କର ପୂର୍ବ ପତ୍ନୀ ଲ୍ୟୁଡିମିୟାଙ୍କ ଠାରୁ ତାଙ୍କର ଦୁଇଟି ଝିଅ ରହିଛନ୍ତି। ସେମାନେ ହେଲେ କ୍ୟାଟରିନା ଓ ମାରିୟା। କୁହାଯାଏ ଯେ ବାନ୍ଧବୀ ଆଲିନା କାବେୱାଙ୍କ ଠାରୁ ମଧ୍ୟ ତାଙ୍କର ଏକ ଝିଅ ଅଛନ୍ତି। କିନ୍ତୁ ପ୍ରକୃତରେ ପୁଟିନରଙ୍କ କେତେ ସନ୍ତାନ ତାହା କେହି ଜାଣିନାହାଁନ୍ତି। ନିଜର ବ୍ୟକ୍ତିଗତ ଜୀବନକୁ ମିଡ଼ିଆ ଓ ଲୋକଙ୍କ ଠାରୁ ଲୁଚାଇ ରଖିବାକୁ ପୁଟିନ ଓ ତାଙ୍କ ପ୍ରଶାସନ ସର୍ବଦା ପ୍ରୟାସ କରିଥାନ୍ତି। ୨୦୧୫ରେ ପୁଟିନ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ତାଙ୍କ ଝିଅମାନେ ରୁଷରେ ରୁହନ୍ତି ଏବଂ ସେମାନଙ୍କ ପାଇଁ ସେ ବହୁତ ଗର୍ବିିତ। ପୁଟିନ କହିଥିଲେ ‘ମୁଁ ମୋ ପରିବାର ବିଷୟରେ କେବେ ବି କଥାବାର୍ତ୍ତା କରିବାକୁ ପସନ୍ଦ କରେନାହିଁ। ମୋ ଝିଅ ମାନେ ସମାଜରେ ସମ୍ମାନର ସହ ଜୀବନ ବିତାଉଛନ୍ତି’ କିନ୍ତ ପୁଟିନ ସେମାନଙ୍କ ପରିଚୟ ଦେଇନଥିଲେ।
ପୁଟିନଙ୍କର ଅମାପ ସମ୍ପତ୍ତି ରହିଛି। ଦୁଇ ଝିଅ କ୍ୟାଟରିନା ଏବଂ ମାରିୟା ତାଙ୍କ ସମ୍ପତ୍ତି ଲୁଚାଇବାରେ ସାହାଯ୍ୟ କରନ୍ତି। ଯେଉଁ କାରଣରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପୁଟିନଙ୍କ ଦୁଇ ଝିଅଙ୍କ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। କୁହାଯାଉଛି ଯେ ପୁଟିନ ଭୟ କରୁଛନ୍ତି ଯଦି ତାଙ୍କ ଝିଅମାନଙ୍କର ପରିଚୟ ପ୍ରକାଶ ହୁଏ ତେବେ ତାଙ୍କର ସମସ୍ତ ସମ୍ପତ୍ତି ଜବତ ହୋଇପାରେ। ସେଥିପାଇଁ ସେ ନିଜର ପରିବାର ଓ ବ୍ୟକ୍ତିଗତ ଜୀବନକୁ ପ୍ରକାଶ କରନ୍ତି ନାହିଁ।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories