www.samajalive.in
Saturday, December 6, 2025
16.1 C
Bhubaneswar

ଦିନ ଦିପହରେ ୩ ଜଣଙ୍କ ଘରୁ ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଚୋରି 

ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅଞ୍ଚଳରୁ ଆଜି ଦିନ ୧୧ଟାରୁ ଦିନ ୧ ଟା ମଧ୍ୟରେ ୩ ଟି ଘରୁ ଚୋରି ହୋଇଥିବାର ଜଣାପଡିଛି। ଗୋଟିଏ ବାଇକରେ ୩ ଜଣ ଦୁର୍ବୃତ୍ତ ଆସି ଟଙ୍କା ପଇସା ସହ ସୁନା ଗହଣା ଲୁଟି ନେଇ ଫେରାର ହୋଇ ଯାଇଛନ୍ତି। ଖବର ପାଇ ଠାକୁରମୁଣ୍ଡା ଥାନା ପୁଲିସ ଘଟଣା ସ୍ଥଳ ଗୁଡ଼ିକୁ ଯାଇ ତଦନ୍ତ ଆରମ୍ଭ କରିଛି।

ପ୍ରକାଶ ଯେ ,ଗୁରୁବାର ଖଣ୍ଡବନ୍ଧ ପଞ୍ଚାୟତ ଅନ୍ତର୍ଗତ ପୁରୁଣାପାଣି ଗ୍ରାମକୁ ଦିନ ପ୍ରାୟ ୧୧ ଟା ସମୟ ରେ ଏକ ବାଇକ ରେ ୩ଜଣ ଯୁବକ ଆସି ଘରେ କେହି ନଥିବା ର ସୁଯୋଗ ନେଇ ଗ୍ରାମ ର ବଳରାମ ମହାନ୍ତ ଙ୍କ ଘରର ତାଲା ଭାଙ୍ଗି ଘର ଭିତରେ ବାକ୍ସ ରେ ରଖିଥିବା ଆନୁମାନିକ ୭୦ ହଜାର ଟଙ୍କା ମୂଲ୍ୟ ର ସୁନାଗହଣା ଚୋରି କରି ନେବା ପରେ, ସେଠାରୁ ପ୍ରାୟ ୭ କିମି ଦୂର କଳିଆଜିଆଣୀ ଗ୍ରାମ କୁ ଆସି ଦିନ ପ୍ରାୟ ୧୨ଟା ପାଖାପାଖି ସମୟରେ ଗ୍ରାମର ରଞ୍ଜିତ ପାଳିଆଙ୍କ ଘର ଲୋକ ଚାଷ କାମ ପାଇଁ ବିଲ କୁ ଯାଇଥିବା ବେଳେ ଏହାର ସୁଯୋଗ ନେଇ ଘରର ତାଲା ଭାଙ୍ଗି ବକ୍ସରେ ରଖିଥିବା ପ୍ରାୟ ୨୫ ହଜାରରୁ ଉର୍ଦ୍ଧ ଟଙ୍କା ଚୋରି କରି ନେଇ ଯାଇଛିନ୍ତି। ପୁଣି ସେଠାରୁ ପ୍ରାୟ ୫ କିମି ଦୂର କେନ୍ଦୁଜିଆଣୀ ଅସନବଣି ଗ୍ରାମର ଗ୍ରାମରକ୍ଷୀ କାର୍ତ୍ତିକ ମହାନ୍ତ ଙ୍କ ଘରେ ଦିନ ପ୍ରାୟ ୧୨.୪୫ ମି. ସମୟରେ କେହି ନଥିବାର ସୁଯୋଗ ନେଇ ଘର ର ମୁଖ୍ୟ ଗ୍ରିଲ ଭାଙ୍ଗି ଘର ଭିତରେ ଥିବା ବାକ୍ସ ଏବଂ ପଲୋଙ୍ଖ ତଳୁ ୨୭ ହଜାର ଟଙ୍କା ସହ ୪୦ ହଜାର ଟଙ୍କା ର ସୁନା ଗହଣା କୁ ଲୁଟି ନେଇ ଏହି ୩ ଜଣ ଯୁବକ ବାଇକ ରେ ଖସି ପଳାଇ ଯାଇଛନ୍ତି।ବାଇକ ରେ ଆସି ଏହି ୩ ଜଣ ଯୁବକ ଠାକୁରମୁଣ୍ଡା ଅଞ୍ଚଳର ୩ ଜଣକ ଘରୁ ଚୋରି କରି ନେଇ ଯାଇଛନ୍ତି । ବର୍ତ୍ତମାନ ସମସ୍ତେ ଚାଷକାମ ବ୍ୟସ୍ତ ଥିଲା ବେଳେ ଏ ଘଟଣା ଶୁଣିଲା ଦିନ ଦିପହରେ ଚୋରି ହୋଇଥିବାରୁ ଚର୍ଚ୍ଚାର ବିଷୟ ପାଲଟିଛି ।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories