www.samajalive.in
Saturday, December 6, 2025
26.1 C
Bhubaneswar

ଭାରତୀୟ ପ୍ରଶାସନିକ ଅଧିକାରୀ ହୋଇ ଦୁର୍ନୀତି ମୁକ୍ତ ସମାଜ ଗଠନ କରିବା ମୋର ଲକ୍ଷ୍ୟ

ବୋଲଗଡ: ବୋଲଗଡ ବ୍ଲକ ପିଚୁକୁଳି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚମ୍ପାଇଲୋ ଗ୍ରାମର କମଳଲୋଚନ ରଣଜିତସିଂହଙ୍କ ପୁଅ ପାଲ୍‍ଗୁନି ରଣଜିତ୍‍ସିଂହ ଗତ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ୫୪୦ ନଂ ରଖି ଏ ୧ ଗ୍ରେଡରେ ପାସ୍‍ କରିଛନ୍ତି। ସେ ସମସ୍ତ ଗୁରୁଜନ, ଗୁରୁଜୀ ଓ ଗୁରୁମାମାନଙ୍କର ପ୍ରେରଣା ଓ ଆଶିର୍ବାଦ ପାଇ ଦିନକୁ ୮ରୁ ୧୦ଘଣ୍ଟା ପରିଶ୍ରମ କରି ଏହି ସଫଳତା ପାଇଛନ୍ତି ବୋଲି ସମାଜକୁ ସ୍ୱତନ୍ତ୍ର ବାର୍ତ୍ତା ମାଧ୍ୟମରେ କହିଛନ୍ତି। ଆଗାମୀ ଦିନରେ ବିଜ୍ଞାନ ବିଷୟରେ ପାଠପଢି ଭାରତୀୟ ପ୍ରଶାସନିକ ଅଧିକାରୀ ହୋଇ ଦୁର୍ନୀତି ମୁକ୍ତ ସମାଜ ଗଠନ କରି ଲୋକମାନଙ୍କର ସେବା କରିବାକୁ ଲକ୍ଷ୍ୟ ରଖିଛନ୍ତି। ସେ କହିଲେ ଯଦି ସମସ୍ତ ଛାତ୍ରଛତ୍ରୀ ନିଷ୍ଠା, ସାଧନା ଓ କଠିନ ପରିଶ୍ରମ କରିପାରିବେ ତେବେ ଗ୍ରାମାଞ୍ଚଳ ସ୍କୁଲରେ ଆଦର୍ଶ ଶିକ୍ଷାଦାନ ପାଇ ସଫଳ ହୋଇପାରିବେ। ଆଗାମୀ ସମାଜ ପାଇଁ ତାଙ୍କର ବାର୍ତ୍ତା ଥିଲା ସମସ୍ତ ଛାତ୍ରଛାତ୍ରୀ କଠିନ ପରିଶ୍ରମ କରନ୍ତୁ ଓ ଏହାର ସଫଳତା ନିଅନ୍ତୁ। ସରକାରୀ ଉଚ୍ଚ ବିଦ୍ୟାଳୟ ଅପେକ୍ଷା ବେସରକାରୀ ଉଚ୍ଚ ବିଦ୍ୟାଳୟର ସଂସ୍କୃତୀ ଓ ଶିକ୍ଷାଦାନ ଅତ୍ୟନ୍ତ ଉଚ୍ଚ କୋଟୀର।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories