www.samajalive.in
Monday, December 15, 2025
16.1 C
Bhubaneswar

ବନ୍ଧୁକ ଦେଖାଇ ଟଙ୍କା ଭ୍ୟାନ୍‌ରୁ ଲୁଟିନେଲେ ଦେଢ କୋଟିରୁ ଊର୍ଦ୍ଧ୍ବ ଟଙ୍କା

ତିଗିରିଆ: କଟକ ଜିଲା ତିଗିରିଆ ଥାନା ନୂଆସଡ଼କ-ଗୋଡ଼ିଝରିଆ ଜଙ୍ଗଲି ରାସ୍ତାର ରାଇସ୍‌ ମିଲ୍‌ ନିକଟରେ ଶୁକ୍ରବାର ଏକ ବଡ଼ ଧରଣର ଲୁଟ୍‌ ହୋଇଛି। ୮ରୁ ୯ଜଣ ମୁଖାପିନ୍ଧା ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଏଟିଏମ୍‌ରେ ଟଙ୍କା ଭରିବାକୁ ଯାଉଥିବା ଭ୍ୟାନ୍‌ରୁ ଟଙ୍କା ଭର୍ତ୍ତି ଟ୍ରଙ୍କ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଟ୍ରଙ୍କରେ ପ୍ରାୟ ୧.୭୩ କୋଟି ଟଙ୍କା ଥିବା କୁହାଯାଉଛି। ଦୁର୍ବୃତ୍ତମାନେ ଏକ ସ୍କୁଟି, ଗୋଟିଏ ବାଇକ୍‌ ଓ ଗୋଟିଏ ସ୍କର୍ପିଓ ଗାଡ଼ି ବ୍ୟବହାର କରି ଏହି ଲୁଟ୍‌ କରିଛନ୍ତି।

ସୂଚନା ଅନୁସାରେ, ସିକ୍ୟୋର ଭାଲ୍ୟୁ ନାମକ ସଂସ୍ଥାର କର୍ମଚାରୀମାନେ ଆଠଗଡ଼ ଏସ୍‌ବିଆଇରୁ ଟଙ୍କା ଉଠାଇ ବିଭିନ୍ନ ଏଟିଏମ୍‌ରେ ଭରିବାକୁ ଯାଇଥିଲେ। ମୋଟ ୧୩ଟି ଏଟିଏମ୍‌ରେ ଏହି ଟଙ୍କା ଭରିବାର ଥିଲା। କିନ୍ତୁ ମାତ୍ର ଚାରୋଟି ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିବା ପରେ ସେମାନେ ଲୁଟ୍‌ର ଶିକାର ହୋଇଥିଲେ। ଏହି ଘଟଣା ପରେ ତିଗିରିଆ ଓ ଆଠଗଡ଼ ପୁଲିସ ପକ୍ଷରୁ ତନାଘନା ଜାରି ରହିଛି। ଆଠଗଡ଼ରେ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରାଯାଇଛି।

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories