www.samajalive.in
Wednesday, December 10, 2025
16.1 C
Bhubaneswar

ସୁନା ଦୋକାନରୁ ଚୋରି ଉଦ୍ୟମ ପଡିଲା ମହଙ୍ଗା, ୪ ଗିରଫ

ଗଞ୍ଜାମ : ଗଞ୍ଜାମ ଥାନା ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ଗଞ୍ଜାମ ସହର ବଡ଼ ବଜାରଠାରେ ଥିବା ଶ୍ରଦ୍ଧା ଜୁଏଲ ସୁନା ଦୋକାନରେ ଗତ କାଲି ବିଳମ୍ବିତ ରାତିରେ ଏକ ଆଠ ଜଣିଆ ଚୋର ଗ୍ୟାଙ୍ଗ ଚୋରି କରିବାକୁ ଉଦ୍ୟମ କରୁଥିବା ବେଳେ ତାହା ଫସର ଫାଟିଯାଇଛି । ସୁନା ଦୋକାନୀ ମାଲିକ ଲିଣ୍ଟୁ ସୁବୁଦ୍ଧି ହଟାତଶବ୍ଦ ଶୁଣି ଉଠି ପଡିବା ସହ ଚୋର ମାନଙ୍କୁ ଗୋଡ଼ାଇଥିଲେ। ସଙ୍ଗେ ସଙ୍ଗେ ଗଞ୍ଜାମ ଥାନା ଆଇଆଇସି ସୁମିତ୍ରା ପାତ୍ରଙ୍କୁ ଏନେଇ ଅବଗତ କରାଇଥିଲେ । ଖବର ପାଇ ଆଇଆଇସି ପାତ୍ରଙ୍କ ସମେତ ଏସ ଆଇ ଅନିରୁଦ୍ଧ ସ୍ୱାଇଁ, ଅନନ୍ତ ରାଓ,ମହିଳା ଏସ ଆଇ ସୁପ୍ରଭା ସାହୁ ପ୍ରମୁଖ ସଦଳବଳେ ଘଟଣା ସ୍ଥଳରେ ପହଂଚି ଚାରିଆଡେ ଖୋଜା ଖୋଜି କରିଥିଲେ । ଦୀର୍ଘ ସମୟପରେ ଚୋର ମାନେ ଜାତୀୟ ରାଜପଥ ଦେଇ ଦୌଡ଼ି ପଳାଉଥିବାବେଳେ ଚାରିଜଣଙ୍କୁ ପୋଲିସ ମାଡି ବସିଥିଲା । ପରେ ସେମାନଂକୁ ଥାନାକୁ ଅଣାଯାଇଥିଲା ।

ଗିରଫ ବ୍ୟକ୍ତି ମାନେ ହେଲେ ଅରବିନ୍ଦ ପାରଧି (୨୭), ବିଜୟ କାମଳକାର(୪୦),ରୋହିତ ପାରଧି (୨୧)ଏବଂ ଲାଜନୀ ପିମ୍ପି ୨୨ ବର୍ଷ । ଗିରଫ ଚୋର ମାନେ ସବୁ ଫେରିବାଲା ବୋଲି ପୋଲିସ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛି । ଏନେଇ ପୋଲିସ କେସ ନଂ ୧୪୨/୨୫ ରେ ମାମଲା ରୁଜୁ କରିବା ସହ ସମସ୍ତ ଅଭିଯୁକ୍ତଙ୍କୁ ମଙ୍ଗଳବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ସୁମିତ୍ରା ପାତ୍ର ସୂଚନା ଦେଇଛନ୍ତି । ଏମାନଙ୍କ ଘର ରାଜସ୍ତାନ ଓ ମଧ୍ୟପ୍ରଦେଶ ବୋଲି ଗଞ୍ଜାମ ଥାନା ପୋଲିସ ପକ୍ଷରୁ କୁହାଯାଇଛି । ପୋଲିସ ସୂଚନା ଅନୁଯାୟୀ ଏମାନେ ସବୁ ବ୍ରହ୍ମପୁରରେ ରହି ଦିନରେ ବେଲୁନ, ପୁରୁଣା ଘଣ୍ଟା ମୋବାଇଲ ଓ ବ୍ୟାଟେରୀ ଆଦି ମରାମତି ଆଳରେ ବଡ଼ ବଡ଼ ଦୋକାନ ଗୁଡିକୁ ଲକ୍ଷ କରି ରାତିରେ ଚୋରି କରିଥାନ୍ତି ।

Hot this week

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

Related Articles

Popular Categories