www.samajalive.in
Sunday, December 14, 2025
26.1 C
Bhubaneswar

ଗହଣା ଲୁଟ୍‌ ପାଇଁ ଗୁଳିମାଡ: ବର୍ତ୍ତିଲେ ବାପା, ପୁଅ ଗୁରୁତର

ଖଣ୍ଡଗିରି: ରାଜଧାନୀ ଉପକଣ୍ଠ ଯାଁଳାରେ ପୁଣି ଫୁଟିଲା ଗୁଳି। ଗତ ଥର ଫାଙ୍କା ଗୁଳି ଚାଳନା କରି ୨୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିବାବେଳେ ଲୁଟ୍‌ କରିବାରେ ବିଫଳ ହୋଇଛନ୍ତି ଲୁଟିଆ। ସୁନା ଦୋକାନୀ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ତାଙ୍କ ପୁଅ ଲୋକନାଥ ଗୁଳିକାଣ୍ଡର ଶିକାର ହୋଇଛନ୍ତି। ତାଙ୍କ ଜଙ୍ଘରେ ଦୁଇ ରାଉଣ୍ଡ ଗୁଳି ବାଜିବାରୁ ତାଙ୍କୁ ଏମ୍‌ସରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଭଗବାନ ସୁବୁଦ୍ଧିଙ୍କର ଯାଁଳା ବଜାରରେ ସ୍ୱାତୀ ଜୁଏଲାରୀ ନାମକ ଏକ ସୁନା ଅଳଙ୍କାର ଦୋକାନ ରହିଛି। ସବୁଦିନ ଭଳି ଗତ ରାତିରେ ଭଗବାନ ଓ ତାଙ୍କ ପୁଅ ଲୋକନାଥ ଦୋକାନ ବନ୍ଦ କରି ଦୁଇଟି ବାଇକ୍‌ ଯୋଗେ ଗହଣା ଭର୍ତ୍ତି ବ୍ୟାଗ୍‌ ଧରି ଘରକୁ ଫେରୁଥିଲେ। ସେହି ସମୟରେ ପୁରୁଣା ପୋଷ୍ଟ ଅଫିସ ଗଳିରେ ଦୁଇଟି ବାଇକ୍‌ରେ ୪ଜଣ ଲୁଟିଆ ସେମାନଙ୍କୁ ଛକି ବସିଥିଲେ। ଭଗବାନ ଗହଣା ଭର୍ତ୍ତି ବ୍ୟାଗ୍‌ ଧରି ସେମାନଙ୍କୁ ଅତିକ୍ରମ କରି ପଳାଇଥିବା ବେଳେ ପୁଅ ଲୋକନାଥ ସେମାନଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ। ଲୋକନାଥଙ୍କ ପାଖରେ ସୁନାଗହଣା ଥିବା ଭାବି ଲୁଟିଆ ତାଙ୍କୁ ବନ୍ଧୁକ ଦେଖାଇ ଅଟକାଇଥିଲେ। ଲୋକନାଥ ବିରୋଧ କରିବାରୁ ଲୁଟିଆମାନେ ଦୁଇଟି ବନ୍ଧୁକରୁ ତାଙ୍କ ଉପରକୁ ୬ ରାଉଣ୍ଡ ଗୁଳି ଚାଳନା କରିଥିଲେ। ୪ ରାଉଣ୍ଡ ଖସି ଯାଇଥିବାବେଳେ ଦୁଇଟି ଗୁଳି ଲୋକନାଥଙ୍କ ଜଙ୍ଘରେ ବାଜିଥିଲା। ଫଳରେ ସେ ଘଟଣାସ୍ଥଳରେ ତଳେ ପଡ଼ି ଯାଇଥିଲେ।

- Advertisement -

ଗୁଳି ଶବ୍ଦ ଶୁଣି ଭଗବାନ ଓ ସ୍ଥାନୀୟ ଲୋକେ ଆସିଯିବାରୁ ଲୁଟିଆମାନେ ଫାଙ୍କା ଗୁଳି ଚାଳନା କରି ୧୬ ନଂ ଜାତୀୟ ରାଜପଥ ଦେଇ ଖୋର୍ଦ୍ଧା ଦିଗରେ ପଳାଇଥିଲେ। ଲୋକେ ଲୋକନାଥଙ୍କୁ ଉଦ୍ଧାର କରି ‘ଏମ୍‌ସ’ ରେ ଭର୍ତ୍ତି କରିଥିଲେ। ଇନ୍‌ଫୋଭ୍ୟାଲି, ଜଟଣୀ ଓ ତମାଣ୍ଡୋ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ସେଠାରୁ ୩ଟି ଖୋକା ଓ ଲୁଟିଆ ଛାଡ଼ି ଯାଇଥିବା ଏକ ମୋବାଇଲ ଫୋନ୍‌ ଜବତ କରିଥିଲେ। ସୂଚନାଥାଉ କି, ଗତ ମାସ ୧୬ ତାରିଖ ଦ୍ବିପ୍ରହରରେ ଯାଁଳା ବଜାରସ୍ଥିତ ସାଗରିକା ଜୁଏଲର୍ସରୁ ଲୁଟିଆମାନେ ୨୦ ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇଥିଲେ। ଲୁଟିଆଙ୍କୁ ଧରିବା ପାଇଁ ମାଲିକ କବିରାଜ ସୁବୁଦ୍ଧି ଚେଷ୍ଟା କରୁଥିବାବେଳେ ସେମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ ଶ୍ରୀ ସୁବୁଦ୍ଧି ଗୁଳିକାଣ୍ଡରୁ ବର୍ତ୍ତି ଯାଇଥିଲେ। ଉକ୍ତ ଘଟଣାରୁ ପୁଲିସ ପରଦା ଉଠାଇ ପାରି ନ ଥିବାବେଳେ ଆଜିର ଗୁଳି ମାଡ଼ ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories