ଲୁଟିନେଲେ ୨୧ ଲକ୍ଷ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଦିନ ଦ୍ଵିପହରରେ ବନ୍ଧୁକ ଦେଖାଇ ଲୁଟିନେଲେ ୨୧ ଲକ୍ଷ ଟଙ୍କା । ଏଟିଏମରେ ଭର୍ତ୍ତି ପାଇଁ ଟଙ୍କା ଧରି ଯିବାବେଳେ ଘଟିଛି ଏହି ଅଘଟଣ । ଧର୍ମଶାଳା ଫାଣ୍ଡିରୁ ଦେଢ କିମି ଦୂର ବାଘଲପୁର ଗାଁ ନିକଟରେ ଘଟିଛି ଘଟଣା ।

ସୂଚନା ଅନୁସାରେ, ସୁବର୍ଣ୍ଣପୁର ବରୋଦା ବ୍ୟାଙ୍କରୁ ସୁଧାଂଶୁ ପ୍ରଧାନ ଓ ସନିଲ ମହାରଣା ୨୧ ଲକ୍ଷ ଟଙ୍କା ଧରି ଉଲୁଣ୍ଡା ଏଟିଏମକୁ ଭର୍ତ୍ତି କରିବା ପାଇଁ ଯାଉଥିଲେ । ଜଣଙ୍କ ବ୍ୟାଗରେ ୧୧ ଲକ୍ଷ ଟଙ୍କା ଥିବା ବେଳେ ଆଉ ଗୋଟିଏ ବ୍ୟାଗରେ ୧୦ ଲକ୍ଷ ଟଙ୍କା ଥିଲା । ଉଭୟେ ବାଘଲପୁର ଗାଁ ପାର ହେଲା ପରେ ୬ ଜଣ ଡକାୟତ ୩ ଟି ବାଇକରେ ଆସିଥିଲେ । ପ୍ରଥମେ ସୁଧାଂଶୁଙ୍କ ବାଇକକୁ ଧକ୍କା ମାରି ପକାଇ ଦେଇଥିଲେ । ପରେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଉଭୟଙ୍କ ବ୍ୟାଗ ଛଡାଇ ନେଇଥିବା ସୁଧାଂଶୁ କହିଛନ୍ତି । ଏନେଇ ଧର୍ମଶାଳା ଫାଣ୍ଡିରେ ଅଭିଯୋଗ କରିଛନ୍ତି ସୁଧାଂଶୁ । ଡକାୟତ ଦଳ ଗୋଟିଏ ନମ୍ବର ବିହୀନ ଗାଡି ଘଟଣାସ୍ଥଳରେ ଛାଡି ଦେଇଥିବା ବେଳେ ଗାଡିକୁ ପୁଲିସ ଜବତ କରିଛି । ଘଟଣା ସ୍ଥଳରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପହଞ୍ଚି ଛାନଭିନ ଚଳାଇଛନ୍ତି ।

Comments are closed.