www.samajalive.in
Sunday, December 14, 2025
26.1 C
Bhubaneswar

ଲୋକଙ୍କୁ ଭୟଭୀତ ନ କରି ଆମେ ସଚେତନ କରିବା ଦରକାର

https://youtu.be/4IpIE5EjdYQ

ନୂଆଦିଲ୍ଲୀ: ଦେଶରେ କରୋନା ଲେଉଟାଣୀକୁ ଗୁରୁତର ସହ ନେଇଛନ୍ତି କେନ୍ଦ୍ର ସରକାର।  ଏଥିନେଇ ଆଜି ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ ବୈଠକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଅନୁଷ୍ଠିତ ହୋଇଛି। କରୋନା ଭାଇରସ୍‌ ନେଇ ଦେଶର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରୁଛନ୍ତି ପ୍ରଧାନମନ୍ତ୍ରୀ। ଲୋକଙ୍କୁ ଭୟଭୀତ ନ କରି ଆମେ ସଚେତନ କରିବା ଦରକାର। ଯେଉଁଠି ଜରୁରୀ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ କରାଯାଉ। କଣ୍ଟେନ୍‌ମେଣ୍ଟ ଓ ସର୍ଭେଲାନ୍ସ ପାଇଁ ଆବଶ୍ୟକ ଥିଲେ କରାଯାଉ। ଟେଷ୍ଟ, ଟ୍ରାକ୍ ଏବଂ ଟ୍ରିଟ୍‌କୁ ନେଇ ଆମକୁ କାର୍ଯ୍ୟ କରିବାକୁ ପଡ଼ିବ। ଦେଶର ସବୁ ରାଜ୍ୟରେ ଆର୍‌ଟିପିସିଆର୍‌ ଟେଷ୍ଟ ବଢ଼ାଇବା ଜରୁରୀ।

- Advertisement -

 

ଓଡ଼ିଶା, ଛତିଶଗଡ଼ ଆଦି ରାଜ୍ୟରେ ଆଣ୍ଟିଜେନ୍‌ ଟେଷ୍ଟକୁ ଗୁରୁତ୍ବ ଦିଆଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ଆମେ କରୋନା ଯୁଦ୍ଧରେ ବିଜୟୀ ହୋଇଛୁ। ଏହି ଯୁଦ୍ଧରେ ବିଜୟୀ ପାଇଁ ଜନସାଧାରଣ ସବୁ କ୍ଷେତ୍ରରେ ସହଯୋଗ କରିଛନ୍ତି। ଜନସାଧାରଣଙ୍କ ସହଯୋଗରେ ଆସୁଥିବା କରୋନା ଭୂତାଣୁର ଦ୍ବିତୀୟ ଲହକୁ ମଧ୍ୟ ପ୍ରତିହତ କରିହେବ ଏବଂ କରୋନା ଯୁଦ୍ଧରେ ବିଜୟୀ ଲାଭ ହେବ ବୋଲି ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରକାଶ କରିଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories