www.samajalive.in
Saturday, December 6, 2025
16.1 C
Bhubaneswar

ମାରଣାସ୍ତ୍ର ଦେଖାଇ ଗ୍ରାହକ ସେବାକେନ୍ଦ୍ର ମାଲିକଙ୍କଠାରୁ ଟଙ୍କା ଲୁଟ୍ ଅଭିଯୋଗ

ଆଠଗଡ : ଆଠଗଡ ଥାନା ଅନ୍ତର୍ଗତ କୁଲାଇଲୋ ନିକଟରେ ସୋମବାର ସକାଳ ୧୦ଟାରେ ଷ୍ଟେଟବ୍ୟାଙ୍କର ଜଣେ ଗ୍ରାହକ ସେବାକେନ୍ଦ୍ର ମାଲିକଙ୍କଠାରୁ ମାରଣାସ୍ତ୍ର ଦେଖାଇ ୬୦ହଜାର ଟଙ୍କା ଲୁଟ ହୋଇଥିବା ଜଣାପଡିଛି। କରକମଳ ଗ୍ରାମର ସଂଜୟ କୁମାର ସ୍ୱାଇଁ ନାମକ କୁଲାଇଲୋଠାରେ ବ୍ୟାଙ୍କର ଗ୍ରାହକ ସେବାକେନ୍ଦ୍ର ଖୋଲିଥିବା ଜଣେ ବ୍ୟକ୍ତି ନିଜ ଗ୍ରାମରୁ କୁଲାଇଲୋ ଆସୁଥିବାବେଳେ କରକମଳ ନିକଟବର୍ତ୍ତୀ ନଦୀ ପୋଲ ପାଖରେ ଲୁଟର ଶିକାର ହୋଇଥିଲେ। ସଂଜୟ ତାଙ୍କ ବାଇକରେ ଆସୁଥିବା ବେଳେ ସେଠାରେ ପୂର୍ବରୁ ଏକ ନୀଳ ରଙ୍ଗର ପଲସର ବାଇକ ରଖି ଛିଡା ହୋଇଥିବା ୩ଜଣ ଯୁବକ ତାଙ୍କୁ ଗ୍ୟାରେଜ କେଉଁଠି ଅଛି ପଚାରି ଅଟକାଇବା ପାଇଁ ଚେଷ୍ଟା କରିବା ବେଳେ ସଂଜୟ ଗାଡି ନରଖିବାରୁ ତାଙ୍କୁ ବାଇକ ସହ ଠେଲି ଦେଇଥିଲେ। ସେ ତଳେ ପଡିଯିବା ପରେ ବାଇକରେ ତାଙ୍କର ଏକ ଲକ୍ଷ ଟଙ୍କା ଥିବା ବ୍ୟାଗଟିକୁ ୩ଜଣ ଦୁର୍ବୁତ ଝାମ୍ପିନେଇ ସେଠାରୁ ପଳାଇଥିଲେ। ତେବେ ସଂଜୟ ପାଟିତୁଣ୍ଡ କରିବାରୁ କିଛି ଗ୍ରାମବାସୀ ସେମାନଙ୍କର ପିଛା କରିଥିଲେ। ତେବେ ଦୁର୍ବୃତ୍ତମାନେ କିଛି ବାଟ ଯିବା ପରେ ବ୍ୟାଗଟିକୁ ଫୋପାଡି ଦେଇ ଚାଲିଯାଇଥିଲେ। ଉକ୍ତ ବ୍ୟାଗ ମଧ୍ୟରେ ଦୁଇଟି ଅଲଗା ଅଲଗା ଚେନ୍‍ ଲଗା ପ୍ୟାକେଟରେ ସଂଜୟ ୬୦ହଜାର ଓ ୪୦ହଜାର ଟଙ୍କା ପୃଥକ ଭାବେ ରଖିଥିଲେ। ଦୁର୍ବୃତ୍ତମାନେ ଗୋଟିଏ ଚେନ୍‍ ଲଗା ପ୍ୟାକେଟରୁ ୬୦ହଜାର ଟଙ୍କା ନେଇଥିବାବେଳେ ଅନ୍ୟ ପ୍ୟାକେଟକୁ ଦେଖିନପାରି ତରବରିଆ ଭାବେ ବ୍ୟାଗଟିକୁ ଫୋପାଡି ଦେଇଥିଲେ। ତାଙ୍କୁ ପିଛା କରୁଥିବା କିଛି ଗ୍ରାମବାସୀ ରାସ୍ତାକଡରୁ ବ୍ୟାଗଟିକୁ ପାଇ ସଂଜୟଙ୍କୁ ଦେଇଥିଲେ। ଅନ୍ୟକିଛି ଲୋକ ଦୁର୍ବୃତ୍ତଙ୍କୁ ପିଛା କରୁଥିବାବେଳେ ସେମାନେ ଗୁଣ୍ଡିଚାପୁର ରାସ୍ତା ଦେଇ ଡେଙ୍କାନାଳ ଆଡେ ଯାଉଥିବାବେଳେ ପିଛା କରୁଥିବା ଲୋକଙ୍କ ଉପରକୁ ଗୁଳି ଚାଳନା କରି ଫେରାର ହେବାରେ ସକ୍ଷମ ହୋଇଯାଇଛନ୍ତି ବୋଲି ଜଣାପଡିଛି। ଏ ସଂପର୍କରେ ସଂଜୟ ଆଠଗଡ ଥାନାରେ ଏତଲା ଦେବା ପରେ ଆଇଆଇସି ଜ୍ଞାନରଞ୍ଜନ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ କେତକ ପୁଲିସ ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ ମଧ୍ୟ ଲୁଟେରାଙ୍କର କୌଣସି ପତ୍ତା ପାଇନଥିଲେ। ଆଠଗଡ ଅଞ୍ଚଳରେ ଚୋରୀ, ରାହାଯାନୀ ଓ ଲୁଟ୍‍ ଭଳି ଘଟଣା ଏବେ ବଢିଯାଇଥିବାରୁ ସାଧାରଣ ଲୋକ ଏକ ଭୟର ବାତାବରଣରେ ରହୁଛନ୍ତି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories