www.samajalive.in
Saturday, December 6, 2025
16.1 C
Bhubaneswar

କେଶକୁ ଘନ ଓ ଲମ୍ବା କରିବାକୁ କରନ୍ତୁ ଆଳୁର ବ୍ୟବହାର

ନିୟମିତ ସଭିଁଙ୍କ ଘରେ ଆଳୁ ଏକ ନିତ୍ୟ ବ୍ୟବହାର୍ଯ୍ୟ ପରିବା ଅଟେ। ଆଳୁ ଖାଇବାକୁ ବହୁ ଲୋକେ ଖୁବ ପସନ୍ଦ ମଧ୍ୟ କରିଥାଆନ୍ତି। ବହୁ ଲୋକଙ୍କୁ ହୁଏତ ଜଣାନଥିବ ଯେ ଆଳୁ ମୁହଁ ଓ କେଶ ପାଇଁ ଖୁବ ଉପକାରୀ ଅଟେ। ଏହା କେଶକୁ ଘନ ଓ ମୋଟା ମଧ୍ୟ କରିଥାଏ। ଆଳୁ ଚୋପା, ରସ କେଶ ପାଇଁ ଖୁବ ଉପକାରୀ ଅଟେ। କେଶ ଉପୁଡ଼ିବା ସମସ୍ୟାକୁ ମଧ୍ୟ ଦୂର କରିଥାଏ। ଜାଣନ୍ତୁ କେଶ ପାଇଁ ଆଳୁ କିପରି ଏକ ବରଦାନ….
ସପ୍ତାହକୁ ୨ ଥର କେଶରେ ଆଳୁର ରସ ଲଗାଇଲେ ଏହା କେଶକୁ ଘନ କରିଥାଏ।
କେଶ ମୂଳରେ ଆଳୁର ରସକୁ ଲଗାଇବା ଦ୍ୱାରା କେଶ ମୂଳକୁ ମଜଭୂତ କରିଥାଏ। ଫଳରେ କେଶ ଉପୁଡ଼ିବା ସମସ୍ୟା ଦୂର ହୋଇଥାଏ।
ଆଳୁର ରସକୁ ଲଗାଇବା ଦ୍ୱାରା କେଶ ଶୀଘ୍ର ଧଳା ହୋଇନଥାଏ।
ଆଳୁର ରସ ସହ ଲେମ୍ବୁର ରସ ମିଶାଇ ଲଗାଇବା ଦ୍ୱାରା କେଶର ରୁକ୍ଷାପଣ ଦୂର ହୋଇଥାଏ।
ଆଳୁ ରସ ସହ ଘିକୁଆଁରୀ ରସ ମିଶାଇ ଲଗାଇଲେ କେଶ ଶୀଘ୍ର ବଢିବା ସହ ଅଧିକ ଘନ ମଧ୍ୟ ହୋଇଥାଏ।
ଆଳୁ ରସକୁ ଲଗାଇବା ଦ୍ୱାରା କେଶରେ ରୂପି ସମସ୍ୟା ମଧ୍ୟ ଦୂର ହୋଇଥାଏ।

 

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories