ଡେସ୍କ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଲୋକସଭା ନିର୍ବାଚନ ଫଳାଫଳକୁ ଜନତା ଏବଂ ଗଣତନ୍ତ୍ରର ବିଜୟ ବୋଲି କହିଛନ୍ତି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ଖଡଗେ କହିଛନ୍ତି, ଚଳିତ ନିର୍ବାଚନରେ କୌଣସି ଦଳକୁ ସଂଖ୍ୟାଗରିଷ୍ଠତା ଦିଆଯାଇନାହିଁ। ସେମାନେ ଲୋକଙ୍କ ଜନାଦେଶକୁ ଗ୍ରହଣ କରୁଛନ୍ତି ବୋଲି ସେ କହିଛନ୍ତି।
ଦଳର ବରିଷ୍ଠ ନେତା ରାହୁଲ ଗାନ୍ଧି କହିଛନ୍ତି, ଏହି ନିର୍ବାଚନ କେବଳ ଗୋଟିଏ ରାଜନୈତିକ ଦଳ ବିରୋଧରେ ନୁହେଁ ବରଂ ବ୍ୟବସ୍ଥା ବିରୋଧରେ। ସେ କହିଛନ୍ତି, ଏଗୁଡ଼ିକ ହେଉଛି ସେହି ଅନୁଷ୍ଠାନ ଯାହାକୁ ବିଜେପି ଦଖଲ କରିଛି। ଏହି ନିର୍ବାଚନ ସମ୍ବିଧାନକୁ ବଞ୍ଚାଇବା ପାଇଁ ବୋଲି ଶ୍ରୀ ଗାନ୍ଧୀ କହିଛନ୍ତି।



