ବିଜେଡି ହାତରେ ଲାଞ୍ଜିଗଡ ବିଧାନସଭା ଆସନ, ଦଳର ସମ୍ମାନ ରଖିଲେ ପ୍ରଦୀପ ଦିଶାରୀ
ଲାଞ୍ଜିଗଡ଼: ଆଜି ସଂଧ୍ୟା ସୁଦ୍ଧା ଲାଞ୍ଜିଗଡ଼ ବିଧାନସଭା ନିର୍ବାଚନ କ୍ଷେତ୍ରର ଭୋଟ ଗଣତିର ଫଳାଫଳ ପ୍ରକାଶ ପାଇଛି। ୨୦୨୪ ସାଧାରଣ ନିର୍ବାଚନରେ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀରେ ଲଗାତାର ଦ୍ୱିତୀୟ ଥର ପାଇଁ ବିଜେଡି ପ୍ରାର୍ଥୀ ପ୍ରଦୀପ କୁମାର ଦିଶାରୀ ଲାଞ୍ଜିଗଡ ବିଧାନସଭା ଆସନରେ ବିଜୟ ଲାଭ କରିବା ସହିତ ଦଳର ସମ୍ମାନ ରଖିଛନ୍ତି। ଆଜି ସକାଳୁ ଭୋଟ ଗଣତି ଆରମ୍ଭ ହେବା ଠାରୁ ବିଜେଡି ଏବଂ କଂଗ୍ରେସ ପ୍ରାର୍ଥୀ ବଳଭଦ୍ରଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା। ସମୁଦାୟ ୨୩ରାଉଣ୍ଡ ଗଣତିରୁ ଦିଶାରୀ ୬୦, ୧୦୮ଭୋଟ ପାଇଥିବା ବେଳେ ବଳଭଦ୍ର ମାଝୀ ୫୩, ୭୨୧ ଓ ରମେଶ ମାଝୀ ୪୮,୯୩୬ ଖଣ୍ଡ ଭୋଟ ପାଇଥିଲେ। ବଳଭଦ୍ର ମାଝୀଙ୍କୁ ୬, ୩୮୭ ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ କରି ପ୍ରଦୀପ କୁମାର ଦିଶାରୀ କ୍ରମାଗତ ଦ୍ୱିତୀୟ ଥର ପାଇଁ ବିଜୟ ଲାଭ କରିଛନ୍ତି। ଦିଶାରୀଙ୍କ ବିଜୟ ଲାଭ ପରେ ଲାଞ୍ଜିଗଡ ବ୍ଲକର ବିଭିନ୍ନ ଅଞ୍ଚଳରେ ସମର୍ଥକଙ୍କ ମାହୋଲରେ ଖୁସିର ଲହରି ଖେଳିଯାଇଛି। ଦଳୀୟ ସମର୍ଥକ ମାନେ ପରଷ୍ପର ମିଠା ବାଣ୍ଟି ଖୁସି ମନାଉଥିବା ବେଳେ ବାଜାବାଣ ହୋଲି ଖେଳ ସହିତ ଉତ୍ସବ ମନାଉଛନ୍ତି।
Comments are closed.