www.samajalive.in
Friday, December 12, 2025
27.1 C
Bhubaneswar

ପଟାଙ୍ଗିରେ କଂଗ୍ରେସ ପ୍ରାର୍ଥୀ ରାମଚନ୍ଦ୍ର କାଡାମ ବିଜୟୀ

ପଟାଙ୍ଗି : ପଟାଙ୍ଗି ସଂରକ୍ଷିତ ୧୪୫ ନଂ ବିଧାନସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ରାମଚନ୍ଦ୍ର କାଡାମ ବିଜୟୀ ହୋଇଛନ୍ତି। ଆଜି ଭୋଟ ଗଣତି ହୋଇଥିବାବେଳେ କାଡାମ ସର୍ବାଧିକ ୫୨୦୨୪ ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି। ତାଙ୍କ ନିକଟତମ ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ପାଙ୍ଗି ୫୦୧୧୭ ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ଅଛନ୍ତି। ଉଭୟ କଂଗ୍ରେସ ପ୍ରାର୍ଥୀ କାଡାମ ଏବଂ ବିଜେଡି ପ୍ରାର୍ଥୀ ପାଙ୍ଗିଙ୍କ ମଧ୍ୟରେ କଡା ଟକ୍କର ହୋଇଥିଲା। ମାତ୍ର ୧୯୦୭ ଖଣ୍ଡ ଭୋଟ ବ୍ୟବଧାନରେ କାଡାମ ବିଜୟୀ ହୋଇଛନ୍ତି। ସେହିପରି ବିଜେପି ପ୍ରାର୍ଥୀ ନନ୍ଦିବାଲି ଚୈତନ୍ୟ ୩୫୨୪୭ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଅଛନ୍ତି। ସ୍ଵାଧୀନ ମହିଳା ପ୍ରାର୍ଥୀ ଫୁଲମଣି ପାଙ୍ଗି ୨୭୭୦ ଖଣ୍ଡ ଭୋଟ ପାଇ ଚତୁର୍ଥ ସ୍ଥାନରେ ଥିବାବେଳେ ଅନ୍ୟତମ ମହିଳା ସ୍ଵାଧୀନ ପ୍ରାର୍ଥୀ ଗାଙ୍ଗମା ମାଝୀ ୨୧୮୪ ଖଣ୍ଡ ଭୋଟ ପାଇ ପଞ୍ଚମ ସ୍ଥାନରେ ରହିଛନ୍ତି।

ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ଆଠଜଣ ପାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ଏହି ନିର୍ବାଚନ ମଣ୍ଡଳୀରେ ୬୪୧୯ ଭୋଟ ନୋଟାରେ ପଡ଼ିଥିଲା। କଂଗ୍ରେସର ବିଜୟୀ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର କାଡାମଙ୍କ ପାଇଁ ଚଳିତ ନିର୍ବାଚନ ଏକ ଅଗ୍ନି ପରୀକ୍ଷା ଥିଲା। ସେ ପୂର୍ବରୁ ଦୁଇ ଥର ନିର୍ବାଚିତ ହୋଇଥିବାବେଳେ ଧୈର୍ଯ୍ୟର ସହ  କ୍ରମାନ୍ୱୟଭାବେ ତୃତୀୟ ଥର ନିର୍ବାଚନ ଲଢି ବିଜୟୀ ହେବା ନିଶ୍ଚିତ ଭାବେ ବ୍ୟକ୍ତିଗତ ଓ ଦଳ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି। ତାଙ୍କ ପାଖକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ବାର୍ତ୍ତା ପହଞ୍ଚୁଛି।

ବିଜେଡି ପ୍ରାର୍ଥୀ ଦେବୀରଞ୍ଜନ ତ୍ରିପାଠୀ ବାଙ୍କୀ ବିଧାୟକ ଭାବେ ନିର୍ବାଚିତ 

- Advertisement -

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories