ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଲେ ମୋଦୀ
ଭୁବନେଶ୍ବର : ଲୋକସଭା ନିର୍ବାଚନ ଫଳାଫଳ ପ୍ରାୟତଃ ସ୍ପଷ୍ଟ ହୋଇଯାଇଛି । ଦେଶରେ ୫୪୩ ଆସନରୁ ୫୪୨ ଆସନରେ ଗଣତି ହୋଇଛି । ଏପର୍ଯ୍ୟନ୍ତ ବିଜେପି ୨୯୦ ପାର୍ କରିସାରିଥିବା ଜଣାପଡିଛି । ଅନ୍ୟପଟେ ବିରୋଧୀ ଇଣ୍ଡି ମେଣ୍ଟ ୨୩୩ ଆସନ ଜିତିଛି । ଯଦିଓ ଚୂଡାନ୍ତ ତଥ୍ୟ ଆସିବା ବାକି ଅଛି ତଥାପି ତୃତୀୟ ଥର ମୋଦୀ ସରକାର ଗଠନ ହେବାକୁ ଯାଉଛି । ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ୍ସରେ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଲୋକଙ୍କ ସ୍ବପ୍ନ ପୁରା କରିବା ସହ ରାଜ୍ୟକୁ ଉନ୍ନତି ପଥରେ ଆଗେଇ ନେବା ପାଇଁ ବିଜେପି ସବୁ ଚେଷ୍ଟା କରିବ ବୋଲି ମୋଦୀ ଏକ୍ସରେ ଲେଖିବା ସହ ଦଳୀୟକର୍ମୀମାନଙ୍କୁ କଠିନ ପରିଶ୍ରମ ପାଇଁ ଧନ୍ୟବାଦ ଜଣାଇଛନ୍ତି ।
Thank you Odisha! It’s a resounding victory for good governance and celebrating Odisha’s unique culture.
BJP will leave no stone unturned in fulfilling the dreams of people and taking Odisha to new heights of progress.
I am very proud of all our hardworking Party Karyakartas…
— Narendra Modi (@narendramodi) June 4, 2024
କହିରଖୁଛୁ ରାଜ୍ୟରେ ବିଜେପି ଭଲ ପ୍ରଦର୍ଶନ କରିଛି । ୨୧ ଲୋକସଭା ଆସନରୁ ୧୯ରେ ବିଜେପି ବାଜିମାତ୍ କରିଛି । ସେହିଭଳି ବର୍ତ୍ତମାନ ସୁଦ୍ଧା ୪୫ ବିଧାନସଭା ଆସନରେ ବିଜୟ ଲାଭ କରିବା ସହ ୩୩ ଆସନରେ ଆଗୁଆ ରହିଛି ବିଜେପି । ଅନ୍ୟପଟେ ବିଜେଡି ୩୨ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜିତିଥିବାବେଳେ ୧୯ ଆସନରେ ଆଗୁଆ ରହିଛି । କଂଗ୍ରେସ ୬ଟି ଆସନରେ ବିଜୟୀ ହୋଇଥିବାବେଳେ ୮ଟିରେ ଆଗୁଆ ରହିଛି ।
Comments are closed.