www.samajalive.in
Tuesday, December 9, 2025
16.1 C
Bhubaneswar

କଂଗ୍ରେସ-ଆପ ମେଣ୍ଟ ହେବ ନାହିଁ : ମନୀଷ ସିସୋଦିଆ

ନୂଆଦିଲ୍ଲୀ : ଆମ ଆଦମୀ ପାର୍ଟି (ଆପ) ନେତା ମନୀଷ ସିସୋଦିଆ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି (ଆପ) ମଧ୍ୟରେ ମେଣ୍ଟ ନେଇ ଲାଗିଥିବା କଳ୍ପନାଜଳ୍ପନାର ଅନ୍ତ କରିଛନ୍ତି। ଲୋକସଭା ନିର୍ବାଚନ ପାଇଁ ଆପ ଓ କଂଗ୍ରେସ ମଧ୍ୟରେ କୌଣସି ମେଣ୍ଟ ହେବ ନାହିଁ ବୋଲି ମନୀଷ ଶନିବାର ପ୍ରକାଶ କରିଛନ୍ତି।
ମନୀଷ ସିସୋଦିଆ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ କଂଗ୍ରେସର ଦୁର୍ନୀତି ବିରୋଧରେ ଲଢି ଆମେ କ୍ଷମତାକୁ ଆସିଥିଲୁ। ଏବେ ସାମ୍ପ୍ରଦାୟିକ ଶକ୍ତିକୁ ହରାଇବା ପାଇଁ ଆମେ କଂଗ୍ରେସ ସହ ମେଣ୍ଟ କରିବାକୁ ଆଗେଇ ଆସିଥିଲୁ। ଦିଲ୍ଲୀ, ଗୋଆ, ହରିୟାଣା ଏବଂ ପଞ୍ଜାବରେ କଂଗ୍ରେସ ସହ ମେଣ୍ଟ କରିବାକୁ ପ୍ରସ୍ତାବ ରଖିଥିଲୁ। ଏଥିପାଇଁ ଆମେ କଂଗ୍ରେସ ଏବଂ ହରିୟାଣାର ଜେଜେପି ସହ କଥା ହୋଇଥିଲୁ। କିନ୍ତୁ କଂଗ୍ରେସ ଗୋଆ ଏବଂ ପଞ୍ଜାବରେ ମେଣ୍ଟ ପାଇଁ ମନା କରିଦେଇଛି। ଫଳରେ ଏହି ମେଣ୍ଟ ହୋଇପାରିବ ନାହିଁ। ଦିଲ୍ଲୀରେ କଂଗ୍ରେସର ଜଣେ ବି ବିଧାୟକ ନାହାନ୍ତି। ଗତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀମାନେ ବହୁ କମ ଭୋଟ ପାଇଥିଲେ। ଆମେ ଦୁଇ ଦଳ ଏକାଠି ହୋଇ ବିଜେପିକୁ ହରାଇ ପାରିଥାନ୍ତୁ। ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହାଙ୍କୁ ଅଟକାଇ ପାରିଥାନ୍ତୁ।
ସେହିପରି ଆପ ନେତା ସଞ୍ଜୟ ସଂହ କହିଛନ୍ତି ଯେ ଦିଲ୍ଲୀରେ କଂଗ୍ରେସର ଗୋଟିଏ ବି ସାଂସଦ ନଥିବାବେଳେ ସେ ୩ଟି ଲୋକସଭା ଆସନ ମାଗୁଛି। ପଞ୍ଜାବରେ ଆମର ୪ ଜଣ ସାଂସଦ ଥିବାବେଳେ କଂଗ୍ରେସ ଆମକୁ ଗୋଟିଏ ବି ଆସନ ଦେଉନି। ତେଣୁ ଆପ-କଂଗ୍ରେସ ମେଣ୍ଟ ସମ୍ଭବ ହୋଇପାରୁନାହିଁ।

Hot this week

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

Related Articles

Popular Categories