ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟି (ଆପ) ପଞ୍ଜାବ ପକ୍ଷରୁ ମଙ୍ଗଳବାର ପ୍ରଥମ ପର୍ଯ୍ୟାୟରେ ୫ ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଏନେଇ ମଙ୍ଗଳବାର ଆୟୋଜିତ କୋର କମିଟି ବୈଠକରେ ଲୋକସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ସଙ୍ଗରୁର ଲୋକସଭା ଆସନ ପାଇଁ ଭଗୱନ୍ତ ମାନ, ଫରିଦକୋଟ ପାଇଁ ପ୍ରଧ୍ୟାପକ ସନ୍ଧୁ ସିଂହ, ହୋଶିୟାରପୁର ପାଇଁ ଡ. ରୱଜିତ ସିଂହ, ଅମୃତସର ପାଇଁ କୁଳଦୀପ ସିଂହ ଧାଲିୱାଲ ଏବଂ ଆନନ୍ଦପୁର ସାହିବ ଲୋକସଭା ଆସନ ପାଇଁ ନରିନ୍ଦର ସିଂହ ଶୋରାଗିଲଙ୍କୁ ପ୍ରାର୍ଥୀ କରାଯାଇଛି।
Popular Categories



