ଏନଏସି ଘୋଷଣା କରାନଯିବା ପ୍ରତିବାଦରେ ଲୋଇସିଂହା ଓ ବୌଦ୍ଧ ପୁରୁଣା କଟକ ବନ୍ଦ

ବଲାଙ୍ଗୀର: ଲୋଇସିଂହାରେ ୧୨ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଲୋଇସିଂହାକୁ ଏନଏସି ଘୋଷଣା କରାନଯିବା ପ୍ରତିବାଦରେ ବନ୍ଦ ପାଳନ କରାଯାଉଛି। ଲୋଇସିଂହା ବିକାଶ ପରିଷଦ ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ପାଳନ କରାଯାଉଥିବାବେଳେ ଏହାକୁ ବିଜେପି ଓ କଂଗ୍ରେସ କର୍ମୀମାନେ ସମର୍ଥନ କରିଛନ୍ତି। ସେପଟେ ବୌଦ୍ଧ ପୁରୁଣା କଟକରେ ମଧ୍ୟ ସମାନ ପ୍ରସଙ୍ଗରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ପାଳନ କରାଯାଉଥିବାବେଳେ ସହରରେ ସମସ୍ତ ଦୋକାନ ବଜାର ଏବଂ ଗାଡି ଚଳାଚଳ ବନ୍ଦ ରହିଥିବା ଦେଖିବାକୁ ମିଳିଛି।

Comments are closed.