www.samajalive.in
Saturday, December 6, 2025
23.1 C
Bhubaneswar

ଦିଲ୍ଲୀରେ ପଶିଲେ ପଙ୍ଗପାଳ, ଶ୍ରମମନ୍ତ୍ରୀ ଡାକିଲେ ବୈଠକ

ଗୁରୁଗ୍ରାମ: ଉତ୍ତର ଭାରତରେ ପଙ୍ଗପାଳ କୃଷକମାନଙ୍କ ନିଦ ହଜାଇ ଦେଇଛନ୍ତି। ଶନିବାର ଏହି ପଙ୍ଗପାଳ ଦିଲ୍ଲୀ ସୀମାରେ ପ୍ରବେଶ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ଶ୍ରମ ଏବଂ ବିକାଶ ମନ୍ତ୍ରୀ ଗୋପାଳ ରାୟ ଶନିବାର ଏକ ଜରୁରୀ ବୈଠକ ଡକାଇଛନ୍ତି। ଉନ୍ନୟନ ସଚିବ, ଡିଭିଜନାଲ କମିଶନର, କୃଷି ନିର୍ଦେଶକ ଏବଂ ଜିଲାପାଳ ବୈଠକରେ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି। ପଙ୍ଗପାଳଙ୍କୁ ମୁକାବିଲା ଲାଗି ବୈଠକରେ ବିଚାରବିମର୍ଶ ହୋଇପାରେ।

ଶନିବାର ସକାଳେ ପଙ୍ଗପାଳ ଦଳ ଇଜ୍ଜର ଜିଲାର ସୀମା ଅତିକ୍ରମ କରି ଗୁରୁଗ୍ରାମ ସୀମାରେ ପ୍ରବେଶ କରିଥିଲେ। ଗୁରୁଗ୍ରାମର ପଟୌଦୀ ସୋହନାରେ ପଙ୍ଗପାଳଙ୍କୁ ଲୋକମାନେ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ। ପ୍ରଶାସନର ପରାମର୍ଶକ୍ରମେ ଲୋକମାନେ ଥାଳି ବଜାଇ ଏବଂ ବାଣ ଫୁଟାଇ ପଙ୍ଗପାଳଙ୍କୁ ଘଉଡ଼ାଇବାରେ ଲାଗିଥିଲେ। ଏହା ପରେ ପଙ୍ଗପାଳ ଗୁରୁଗ୍ରାମରୁ ବାହାରି ଛାୱଲା ଗାଁ ଦେଇ ଦିଲ୍ଲୀର ଦ୍ବାରକାରେ ପ୍ରବେଶ କରିଛନ୍ତି। ପବନର ଦିଗ ପରିବର୍ତ୍ତନ ହେଲେ ପଙ୍ଗପାଳ ପେରିଯାଇପାରନ୍ତି ବୋଲି ବିଶେଷଜ୍ଞମାନେ କହିଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories