www.samajalive.in
Saturday, December 6, 2025
26.1 C
Bhubaneswar

କରୋନା ପ୍ରଭାବିତ ଅନ୍ୟ ଦେଶ ତୁଳନାରେ ଭାରତର ସ୍ଥିତି ଭଲ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସାରା ବିଶ୍ଵ ଏବେ ମହାମାରୀ କରୋନା ଭୂତାଣୁ ବିରୋଧରେ ଲଢ଼େଇ କରୁଛି। କୋଭିଡ-୧୯ କେବଳ ଏକ ଶାରିରୀକ ରୋଗ ନୁହେଁ, ଯାହା ଲୋକଙ୍କ ଜୀବନ ପାଇଁ ବିପଦ। ଏହାର ଆମର ଧ୍ୟାନକୁ ଅସୁସ୍ଥ ଜୀବନଶୈଳୀଗୁଡ଼ିକ ପ୍ରତି ଆକର୍ଷିତ କରୁଛି। ଭାରତ ମଧ୍ୟ ଏହି ଭୂତାଣୁ ବିରୋଧରେ ଲଢ଼େଇ ଜାରି ରଖିଛି। କିନ୍ତୁ ଭାରତର ସ୍ଥିତି ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭଲ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଶନିବାର ଡା. ଜୋଶେଫ୍‌ ମାର୍‌ ଥୋମା ମେଟ୍ରୋପଲିଟାନଙ୍କ ୯୦ତମ ଜୟନ୍ତୀ ସମାରୋହ ଅବସରରେ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନୀ ଭାଷଣ ଦେଇ ଏହା କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ, ଆପଣମାନେ ଜାଣି ଖୁସି ହେବେ ଯେ ଆମ କରୋନା ଯୋଦ୍ଧାମାନଙ୍କ ସହାୟତାରେ ଭାରତ ଭୂତାଣୁ ସହିତ ଦୃଢ଼ ଭାବେ ଲଢ଼ୁଛି। ଚଳିତବର୍ଷ ପ୍ରାରମ୍ଭରେ କିଛି ଲୋକ ଭବିଷ୍ୟବାଣୀ କରିଥିଲେ ଯେ ଭାରତରେ ଭୂତାଣୁର ପ୍ରଭାବ ଅତ୍ୟନ୍ତ ଗମ୍ଭୀର ହେବ। କିନ୍ତୁ ଲକ୍‌ଡାଉନ ଯୋଗୁ ସରକାର ଏବଂ ଲୋକଙ୍କ ଦ୍ବାରା ପରିଚାଳିତ ଏଡି ଲଢ଼େଇ ଫଳରେ ଭାରତ ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭଲ ସ୍ଥିତିରେ ରହିଛି। ଭାରତରେ ଆରୋଗ୍ୟ ହାର ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ ଆମକୁ ଏବେ ଆହୁରି ସାବଧାନ ରହିବା ଜରୁରୀ। ମାସ୍କ ପିନ୍ଧିବା, ସାମାଜିକ ଦୂରତା, ଜନଗହଳି ପୂର୍ଣ୍ଣ ସ୍ଥାନଗୁଡ଼ିକରୁ ଦୂରେଇ ରହିବା ନିହାତି ଆବଶ୍ୟକ ବୋଲି ମୋଦୀ କହିଛନ୍ତି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories