କରୋନାରେ ୩ ନୁହେଁ, ଜଣଙ୍କର ମୃତ୍ୟୁ: ଗଞ୍ଜାମ ଜିଲାପାଳ
ଭୁବନେଶ୍ବର: ଗଞ୍ଜାମ ଜିଲାର ଧରାକୋଟ ବ୍ଲକ ଜାହାଡ଼ା ପଞ୍ଚାୟତରେ କରୋନାରେ ୩ ନୁହେଁ, ଜଣଙ୍କର ମୃତ୍ୟୁ ହୋଇଛି। ୩ଜଣଙ୍କ ମୃତ୍ୟୁ ଘଟଣା ମିଛ ବୋଲି ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି। ତେବେ ପୂର୍ବରୁ ଦିଆଯାଇଥିବା ଏକ ପ୍ରେସ୍ ରିଲିଜ୍ରେ ଜାହାଡ଼ା ପଞ୍ଚାୟତର ସରପଞ୍ଚ କରୋନା ଆକ୍ରାନ୍ତରେ ୩ଜଣଙ୍କ ମୃତ୍ୟୁ ହୋଇଥିବା କହିଥିଲେ। ସରପଞ୍ଚ ଠିକ୍ ଭାବେ ଜାଣିନାହାନ୍ତି। ବିଭାଗୀୟ ସୁତ୍ରରୁ ଯାହା ଘୋଷଣା ହେଉଛି ତାହାହିଁ ସଠିକ୍। ଜାହାଡ଼ ପଞ୍ଚାୟତରେ କରୋନା ଆକ୍ରାନ୍ତରେ ୩ଜଣଙ୍କ ମୃତ୍ୟୁ ଘଟଣା ଏକ ଗୁଜବ ଏବଂ ସେଠାରେ ଜଣେ ମାତ୍ର କରୋନା ଆକ୍ରାନ୍ତରେ ମୃତ୍ୟୁ ହୋଇଛନ୍ତି। ଅନ୍ୟ ଦୁଇ ଜରଙ୍କ ମୃତ୍ୟୁ ଅନ୍ୟ କିଛି କାରଣରୁ ହୋଇଥାଇପାରେ। ସରପଞ୍ଚ ମାନଙ୍କୁ ଜଣାଉଛୁ କରୋନା ଆକ୍ରାନ୍ତରେ ଯେ କେହି ମୃତ୍ୟୁ ହେବେ ତାହା ସ୍ପଷ୍ଟ ହେଲାପରେ କିଛି କୁହନ୍ତୁ । ଏନେଇ ସରପଞ୍ଚମାନଙ୍କ ସହ ଆଲୋଚନା କରାଯିବ ବୋଲି ଜିଲାପାଳ ପ୍ରକାଶ କରିଛନ୍ତି।
There is only one sad covid demise in Jahada GP, Dharakote. Rumours of three Covid death is false. @CMO_Odisha @HFWOdisha
— Collector & District Magistrate, Ganjam (@Ganjam_Admin) June 27, 2020
ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଟ୍ବିଟ୍ କରି କହିଛନ୍ତି ଯେ ଜାହାଡ଼ ପଞ୍ଚାୟତରେ ଜାହାଡ଼ା ପଞ୍ଚାୟତରେ କରୋନା ଆକ୍ରାନ୍ତରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ଖବର ଏକ ଗୁଜବ। ସେଠାରେ ଜଣଙ୍କର ମୃତ୍ୟୁ ହୋଇଛି। କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି। ସେହି ମାର୍ଗଦର୍ଶିକାକୁ ଜିଲା ପ୍ରଶାସନ କଡ଼ାକଡ଼ି ଭାବେ ପାଳନ କରୁଛି। କରୋନା ଆକ୍ରାନ୍ତରେ ଯାହାଙ୍କ ମୃତ୍ୟୁ ହେବ ସେଥିପାଇଁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପ୍ରକ୍ରିୟା ରହିଛି। ଜାହାଡ଼ା ପଞ୍ଚାୟତରେ ଜଣେ କରୋନା ଆକ୍ରାନ୍ତ ମୃତ୍ୟୁ ପ୍ରକ୍ରିୟା ସମ୍ପାଦନ କରାଯାଇଛି। କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସମ୍ପର୍କରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଘୋଷଣା କରାଯାଉଛି। ତେଣୁ ଜାହାଡ଼ାରେ ମାତ୍ର ଜଣଙ୍କର କରୋନା ଆକ୍ରାନ୍ତରେ ମୃତ୍ୟୁ ହେଉଛି। ତେବେ ସେଠାେର ଅନ୍ୟ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥାଇ ପାରେ ବୋଲି ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ପ୍ରକାଶ କରିଛନ୍ତି।
Comments are closed.