www.samajalive.in
Sunday, December 14, 2025
19.1 C
Bhubaneswar

ଜାଣନ୍ତୁ, ଦିଗ ଅନୁସାରେ ତାଲା ଲଗାଇବାର ସୁଫଳ

ସାଧାରଣତଃ ବାହାରକୁ ଗଲା ବେଳେ ଘରର ସୁରକ୍ଷା ଦୃଷ୍ଟିରୁ ଆମେ ତାଲା ପକାଇ ଥାଉ। ତାଲା ବିନା କୌଣସି ଦୋକାନ କିମ୍ବା ଘର ପୂର୍ଣ୍ଣ ହୋଇ ନଥାଏ। ନିଜର ମୂଲ୍ୟବାନ ସମ୍ପତ୍ତିର ରକ୍ଷା ପାଇଁ ଘରର ସୁରକ୍ଷା ପାଇଁ ତାଲାର ବ୍ୟବହାର କରାଯାଇଥାଏ। ଘରେ ଲଗାଇଥିବା ତାଲା ଦ୍ୱାରା ଆମ ଭିତରେ ସୁରକ୍ଷା ଭାବନା ଜାତ ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ତାଲା ଲଗାଇବାର କିଛି ନିୟମ ରହିଛି ଯାହାଦ୍ୱାରା ଆମ ଘରର ସୁରକ୍ଷା ବଢିଥାଏ।ସର୍ବଦା ଘରର ଦିଗ ପ୍ରତି ଧ୍ୟାନ ଦେଇ ତାଲା ଲଗାଇବା ଉଚିତ। ପୂର୍ବ ଦିଗକୁ ସୂର୍ଯ୍ୟଙ୍କ ଦିଗ କୁହାଯାଇଥାଏ। ତେଣୁ ଏହି ଦିଗରେ ତମ୍ବାର ତାଲା ଲଗାନ୍ତୁ। ଏହାଦ୍ୱାରା ଘରର ସୁରକ୍ଷା ବଢିବା ସହ ଚୋରିର ଆଶଙ୍କା କମ ହୋଇଥାଏ। ପଶ୍ଚିମ ଦିଗକୁ ଶନିଙ୍କ ଦିଗ କୁହାଯାଇଥାଏ। ତେଣୁ ଏହି ଦିଗରେ ସର୍ବଦା ଲୁହାର ତାଲା ଲଗାଇବା ଉଚିତ। ଏହାସହ ଲୁହା ତାଲାର ରଙ୍ଗ କଳା ହୋଇଥିବା ଆବଶ୍ୟକ। ଏପରି କରିବା ଦ୍ୱାରା ଘରେ ଚୋରର ଦୃଷ୍ଟି ଆପଣଙ୍କ ଘର ଉପରେ ପଡିବାର ସମ୍ଭାବନା କମ୍‍ ହୋଇଥାଏ।ବାସ୍ତୁ ଅନୁସାରେ ଘରର ଉତ୍ତର ଦିଗରେ ପିତ୍ତଳର ତାଲା ଲଗାନ୍ତୁ। ଏପରି କରିବା ଦ୍ୱାରା ଘରର ସୁରକ୍ଷା ବଢିଥାଏ। ଯଦି ଏହି ଦିଗରେ ଧାତୁର ତାଲା ଲଗାଇବାକୁ ଚାହୁଁଛନ୍ତି ତେବେ ସୁନେଲୀ ରଙ୍ଗର ଲଗାନ୍ତୁ। ଉତ୍ତର ଦିଗରେ ବଡ ବଡ ଦୋକାନମାନଙ୍କରେ ତାଲା ଲଗାଉଥିଲେ ସର୍ବଦା ପାଞ୍ଚଟି ତାଲା ଲଗାଇବା ଶୁଭ ହୋଇଥାଏ। ଏହାଦ୍ୱାରା ଚୋରି, କ୍ଷତିର ସମ୍ଭାବନା କମ୍‍ ହୋଇଥାଏ। ଦକ୍ଷିଣ ଦିଗରେ ପାଞ୍ଚଟି ଧାତୁ ବିଶିଷ୍ଟ ତାଲା ଲଗାଇବା ଦ୍ୱାରା ସୁରକ୍ଷା ବଢିଥାଏ। ଯଦି ପାଞ୍ଚଟି ଧାତୁ ବିଶିଷ୍ଟ ନ ଥିବ ତେବେ ତାଲାରେ ନାଲୀ ଓ ହଳଦିଆ ରଙ୍ଗ ଲଗାଇ ବ୍ୟବହାର କରି ପାରିବା।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories