www.samajalive.in
Saturday, December 6, 2025
23.1 C
Bhubaneswar

ପଶ୍ଚିମବଙ୍ଗରେ ଆଜିଠାରୁ ତାଲାବନ୍ଦ; ମଇ ୩୦ ପର୍ଯ୍ୟନ୍ତ ରହିବ କଟକଣା

କୋଲକାତା: ଆଜି ରବିବାର ଠାରୁ ସମଗ୍ର ପଶ୍ଚିମବଙ୍ଗରେ ଲାଗୁ ହୋଇଛି ତାଲାବନ୍ଦ କଟକଣା। ଏହା ମଇ ୩୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ପଶ୍ଚିମଙ୍ଗରେ କୋଭିଡର ଦ୍ୱିତୀୟ ପର୍ଯ୍ୟାୟ ଦ୍ରୁତ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଦେଶର ଅନ୍ୟ ରାଜ୍ୟଗୁଡିକ ବହୁ ଆଗରୁ କୋଭିଡ ପରିସ୍ଥିତି ନିୟନ୍ତ୍ରଣ ପାଇଁ ନେଇଥିବା ତାଲାବନ୍ଦ ନିଷ୍ପତ୍ତିକୁ ଶେଷରେ ପଶ୍ଚିମବଙ୍ଗ ସରକାର କାର୍ଯ୍ୟକାରୀ କରିଛନ୍ତି। ଏହି ତାଲାବନ୍ଦ ଅବଧି କାଳରେ କଡା କୋଭିଡ କଟକଣା କାର୍ଯ୍ୟକାରୀ ହେବ ବୋଲି ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି।

ତାଲାବନ୍ଦ ସମୟରେ ରାଜ୍ୟରେ ମେଟ୍ରୋ, ରାଜ୍ୟ ମଧ୍ୟରେ ପରିବହନ ବନ୍ଦ ରହିବ। ଏଥିସହିତ ବିଦ୍ୟାଳୟ, ମହାବିଦ୍ୟାଳୟ, ଅଙ୍ଗନବାଡି ଆଦି ବନ୍ଦ ରହିବ। କେବଳ ଅତ୍ୟାବଶ୍ୟକ ସେବାକୁ ବାଦଦେଇ ଅନ୍ୟ ସମସ୍ତ ସରକାରୀ ଏବଂ ଘରୋଇ କାର୍ଯ୍ୟାଳୟଗୁଡିକ ବନ୍ଦ ରଖାଯିବ। ସେହିଭଳି ବିପ୍ପଣୀମାଳା, ବୃହତ ବ୍ୟବସାୟିକ ପ୍ରତିଷ୍ଠାନ, ମଲ୍‍, ଚଳଚ୍ଚିତ୍ର ପ୍ରେକ୍ଷାଳୟ, ବିୟୁଟି ପାର୍ଲର, ଭୋଜନାଳୟ, ବାର୍‍ ଏବଂ ଜିମ୍‍ ପ୍ରଭୃତି ବନ୍ଦ ରହିବ। ଜରୁରୀକାଳୀନ ସେବାକୁ ବାଦଦେଲେ ସମସ୍ତ ଘରୋଇ ଯାନବାହନ, ଉଦ୍ୟାନ, ଚିଡିଆଘର, ଅଭୟାରଣ୍ୟ ଆଦି ବନ୍ଦ ରହିବ।

- Advertisement -

ତେବେ ତାଲାବନ୍ଦ ସମୟରେ ବ୍ୟାଙ୍କ ଓ ଆର୍ଥିକ ପ୍ରତିଷ୍ଠାନଗୁଡିକ ପୂର୍ବାହ୍ନ ୧୦ରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଖୋଲା ରହିବ। ଏଥିସହିତ ଏଟିମ, ଖୁଚୁରା ଦୋକାନ ଓ ଯୋଗାଣ, ପନିପରିବା ଦୋକାନ, ଫଳ, ତେଜରାତି ସାମଗ୍ରୀ ଦୋକାନ, କ୍ଷୀର, ପାଉରୁଟି, ମାଂସ, ଅଣ୍ଡା ଦୋକାନ ସକାଳ ୭ରୁ ୧୦ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯାଇଛି। ଅଳଙ୍କାର ଓ କପଡା ଦୋକାନ ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଖୋଲା ରହିବ। ଏଥିସହିତ ଔଷଧ, ଚଷମା ଦୋକାନ ସ୍ୱାଭାବିକ ସମୟ ଖୋଲା ରହିବ। ଟିକାକରଣ, ବିମାନ ବନ୍ଦର, ଡାକ୍ତରଖାନାକୁ ନେଇ ଯାଉଥିବା ଘରୋଇ ଯାନବାହନ, ଗଣମାଧ୍ୟମ ପ୍ରତିନିଧିଙ୍କ ଯାତାୟତ, ଆଇନ ଶୃଙ୍ଖଳା ଏବଂ ସ୍ୱାସ୍ଥ୍ୟସେବା ଉଦ୍ଦେଶ୍ୟରେ ଯାତାୟତ କରୁଥିବା ଯାନବାହନକୁ ଅନୁମତି ମିଳିବ। ସେହିଭଳି ଅମ୍ଳଜାନ, ଜରୁରୀ ଚିକିତ୍ସା ସାମଗ୍ରୀ, ଅଣ୍ଡା, କ୍ଷୀର, କୁକୁଡା, ମାଛ, ମାଂସ, ଇନ୍ଧନ ଆଦିର ଆନ୍ତଃରାଜ୍ୟ ପରିବହନକୁ ମଧ୍ୟ ଅନୁମତି ଦିଆଯାଇଛି। ଚା’ବଗିଚାଗୁଡିକ ୫୦ ପ୍ରତିଶତ କର୍ମଚାରୀରେ କାର୍ଯ୍ୟ କରିବ। ପେଟ୍ରୋଲ ପମ୍ପ, ଯାନବାହନ ୱାର୍କସପ, ଏଲପିଜି କାର୍ଯ୍ୟାଳୟ, ଆବଣ୍ଟନ କେନ୍ଦ୍ର, ଛପା ଓ ଇଲେକଟ୍ରୋନିକ ଗଣମାଧ୍ୟମ, କେବୁଲ ଅପରେଟର ଆଦି ଖୋଲା ରହିବ। ବିବାହ ଉତ୍ସବରେ ସର୍ବାଧିକ ୫୦ ଏବଂ ଅନ୍ତ୍ୟେଷ୍ଟି କ୍ରିୟାରେ ସର୍ବାଧିକ ୨୦ ଜଣ ଉପସ୍ଥିତ ରହିବାକୁ ଅନୁମତି ଦିଆଯାଇଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories