www.samajalive.in
Saturday, December 6, 2025
26.1 C
Bhubaneswar

ଘରୋଇ କମ୍ପାନୀ କର୍ମଚାରୀଙ୍କ ପାଇଁ ପୁଲିସର ଇ-ଅନୁମତି ବ୍ୟବସ୍ଥା

ଭୁବନେଶ୍ବର: ତାଲାବନ୍ଦ ବେଳେ କଟକ ଏବଂ ଭୁବନେଶ୍ୱରରେ ସୂଚନା ପ୍ରଯୁକ୍ତି କମ୍ପାନୀ ଓ ଘରୋଇ ଅନୁଷ୍ଠାନ ପାଇଁ କମିସନରେଟ ପୁଲିସ ଇ ଅନୁମତି ବ୍ୟବସ୍ଥା ଆରମ୍ଭ କରିଛି। ଏଥିପାଇଁ ଇ ଆପ୍ଲିକେସନର ଶୁଭାରମ୍ଭ ହୋଇଛି। ଇ-ଅନୁମତି ନେଉଥିବା ସୂଚନା ପ୍ରଯୁକ୍ତି କମ୍ପାନୀଗୁଡ଼ିକ ସେମାନଙ୍କ କର୍ମଚାରୀଙ୍କ ପାଇଁ ନିୟମାବଳୀ ଅନୁସାରେ ଇ-ଅନୁମତି ନେବା ଲାଗି ନିର୍ଦ୍ଧାରିତ ପ୍ରତ୍ୟକ୍ଷ ସେବା ନିୟନ୍ତ୍ରଣ (ଅନ୍‌ଲାଇନ୍‌ ) ମାଧ୍ୟମରେ ଆବେଦନ କରିବେ। ଆବେଦନ ସମୟରେ ସୂଚନା ପ୍ରଯୁକ୍ତି ଏବଂ ଏ ସମ୍ବନ୍ଧୀୟ ସେବା ଯୋଗାଉଥିବା ସଂସ୍ଥା ଓ ଘରୋଇ ଉଦ୍ୟୋଗ ସେମାନଙ୍କ ସଂସ୍ଥାର କେତେ ପ୍ରତିଶତ କର୍ମଚାରୀଙ୍କୁ ଅନୁମତି ଦେଇଛନ୍ତି ତାହା ସ୍ପଷ୍ଟ ଭାବେ ଉଲ୍ଲେଖ କରିବେ। ଏହି ଆବେଦନ ସ୍ବୟଂକ୍ରିୟ ଭାବେ ଉପ ପୁଲିସ ଆୟୁକ୍ତଙ୍କ କାର୍ଯ୍ୟାଳୟକୁ ଚାଲିଯିବ। ଏହାର ତାଲିକା ଉପ ପୁଲିସ ଆୟୁକ୍ତଙ୍କ କାର୍ଯ୍ୟାଳୟ‌ରେ ରହିବ।

ସଂସ୍ଥାଗୁଡ଼ିକ ଏହାର ନକଲ କର୍ମଚାରୀଙ୍କୁ ପ୍ରଦାନ କରିବେ। ଏହି ଇ-ଅନୁମତି ସହିତ ସୂଚନା ପ୍ରଯୁକ୍ତି କର୍ମଚାରୀ ନିଜର ପରିଚୟପତ୍ର ଦେଖାଇବେ। ଏହି ବ୍ୟବସ୍ଥା କେବଳ କମିସନରେଟ୍‌ ପୁଲିସର ଉଭୟ ନଗରୀରେ ଥିବା ସୂଚନା ପ୍ରଯୁକ୍ତି ସଂସ୍ଥାର କର୍ମଚାରୀଙ୍କ ପାଇଁ ଲାଗୁ କରାଯାଇଥିବା ପୁଲିସ ଆୟୁକ୍ତ ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। ଯଦି କୌଣସି ସଂସ୍ଥା ଏହି ମାଧ୍ୟମରେ ଆବେଦନ କରି ଇ-ଅନୁମତି ପାଇପାରୁନାହାନ୍ତି ତେବେ ଉପ ପୁଲିସ ଆୟୁକ୍ତଙ୍କ କାର୍ଯ୍ୟାଳୟକୁ ଇ-ବାର୍ତ୍ତା ମାଧ୍ୟମରେ ସେମାନଙ୍କ କର୍ମଚାରୀ କେତେ ପ୍ରତିଶତଙ୍କୁ ଅନୁମତି ପ୍ରଦାନ କରିଛନ୍ତି ତା’ର ନକଲ ସହିତ କର୍ମଚାରୀଙ୍କ ପରିଚୟପତ୍ର ଦେଖାଇ ଯାଞ୍ଚ ସ୍ଥାନରେ ଯାତାୟାତ କରିପାରିବେ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories