ଗୁରୁଡିଝାଟିଆ: ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡାଳୁଆ ଓ ଖଣ୍ଡୁଆଳି ଗାଁ ନିକଟ ଜଙ୍ଗଲରେ ଥିବା ଚୋରା ଦେଶୀ ମଦ ଭାଟି ଉପରେ ଅବକାରୀ ବିଭାଗ ଚଢ଼ାଉ କରି ୧୯୨୫ ଲିଟର ଦେଶୀ ମଦ ଜବତ କରିଛି। ଏହା ସହିତ ମଦ ପ୍ରସ୍ତୁତି ପାଇଁ ରଖାଯାଇଥିବା ୧୫ ହଜାର ୯୬୦ ଲିଟର ପୋଚ ନଷ୍ଟ କରାଯାଇଛି। ଏହି ଚଢାଉ ରେ ଆଠଗଡ, ବାଙ୍କୀ, ନରସିଂହପୁର, କଟକ ଅବକାରୀ ବିଭାଗ କର୍ମଚାରୀ ଯଥା ନୀରିକ୍ଷକ ସି. ଏଚ. ତିରୁପତି, ରବିନାରାୟଣ ପ୍ରଧାନ, ଅରୁଣ କୁମାର ଭୋଇ, ଶେଫାଳୀ ସାହୁ ଓ ସୌମ୍ୟ ରଞ୍ଜନ ମାଝୀ ପ୍ରମୁଖ ଚଢାଉରେ ଅଂଶ ଗ୍ରହଣ କରିଥିଲେ।
Popular Categories



