www.samajalive.in
Monday, December 8, 2025
24.1 C
Bhubaneswar

ଝିଟିପିଟି ଦେଇଥାଏ ଶୁଭ ଅଶୁଭର ସଙ୍କେତ

ସାଧାରଣତଃ ପ୍ରାୟ ଆମ ସମସ୍ତଙ୍କ ଘରେ ଝିଟିପିଟି ଦେଖିବାକୁ ମିଳିଥାଏ। ହେଲେ କ’ଣ ଆପଣ ଜାଣନ୍ତି, ଏହି ଝିଟିପିଟି ଆମକୁ ଖରାପ ଓ ଭଲର ସଙ୍କେତ ମଧ୍ୟ ଦେଇଥାଏ। ଯଦି ଆପଣଙ୍କୁ ମଧ୍ୟ ଝିଟିପିଟି ମାଧ୍ୟମରେ ଏମିତି କିଛି ସଙ୍କେତ ମିଳୁଥାଏ ତେବେ ତାହାକୁ ଅଣଦେଖା କରନ୍ତୁ ନାହିଁ । ତାହା ଆପଣଙ୍କ ପାଇଁ ଶୁଭ ହୋଇଥାଇପାରେ ଅଥବା ଅଶୁଭ ମଧ୍ୟ ହୋଇପାରେ। ତେବେ ଚାଲନ୍ତୁ ଜାଣିବା ଝିଟିପିଟି କିପରି ଆମକୁ ଶୁଭ ଅଶୁଭର ସଙ୍କେତ ଦେଇଥାଏ –

• ଯଦି ଆପଣ କୌଣସି କାମରେ ବାହାରକୁ ଯାଇଛନ୍ତି, ଘରକୁ ଫେରିଆସିବା ସମୟରେ ଘରର କବାଟ ଖୋଲା ହେବା ବେଳେ ଆପଣ ଝିଟିପିଟିକୁ ଦେଖନ୍ତି, ତେବେ ଆପଣ ଜାଣିନିଅନ୍ତୁ ଯେ ଏହି ସଙ୍କେତ ଆପଣଙ୍କ ପାଇଁ ଖୁବ୍ ଭଲ। ନିକଟ ଭବିଷ୍ୟତରେ ଆପଣଙ୍କର କିଛି ଭଲ କାମ ହେବାକୁ ଯାଉଛି ।
• ଯଦି ଆପଣ କୌଣସି ସ୍ଥାନରେ ଫ୍ଲାଟ୍ କିମ୍ବା ଘର ନେଇଛନ୍ତି । ସେଠାରେ ରହିବାକୁ ଯିବାବେଳେ ଦେଖୁଛନ୍ତି ଘରେ ଝିଟିପିଟିଟିଏ ମରିପଡିଛି । ତେବେ ଏହାକୁ ଅଣଦେଖା କେବେହେଲେ କରନ୍ତୁନାହିଁ। ସେହି ଘରେ ରହିବା ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ । କାରଣ ଝିଟିପିଟି ମରିବା ଅଶୁଭ ସଙ୍କେତ ହୋଇଥାଏ ।
• ଯଦି କୌଣସି ସମୟରେ ଝିଟିପିଟି ଆପଣଙ୍କ ମୁଣ୍ଡ ଉପରେ ପଡିଯାଏ ତେବେ ଆଦୌ ଭୟ କରନ୍ତୁନାହିଁ। କାରଣ ଏପରି ହେବା ଏକ ଶୁଭ ସଙ୍କେତ ହୋଇଥାଏ । ଏହା ଆପଣଙ୍କୁ ଶୁବ୍ ଶୀଘ୍ର ଅଧିକ ଧନ ପ୍ରାପ୍ତ ହେବାର ସଙ୍କେତ ହୋଇଥାଏ ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories