ଶିଲଂ : ସାରଦା ଚିଟ୍ଫଣ୍ଡ ଓ ରୋଜ୍ ଭେଲି ଦୁର୍ନୀତି ମାମଲାରେ କୋଲକାତା ପୁଲିସ କମିଶନର ରାଜୀବ କୁମାର ଏବଂ ତୃଣମୂଳ କଂଗ୍ରେସର ପୂର୍ବତନ ସାଂସଦ କୁନାଲ୍ ଘୋଷଙ୍କୁ ତୃତୀୟ ଦିନ ପାଇଁ ମଧ୍ୟ ଶିଲଂଠାରେ ଥିବା ସିବିଆଇ କାର୍ଯ୍ୟାଳୟରେ ଜେରା ଜାରି ରଖିଛିି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଜେରା କରାଯିବାର ସମ୍ଭାବନା ରହିଛି।
ରବିବାର ଉଭୟଙ୍କୁ ମାମ୍ନାସାମ୍ନି ବସାଇ ଜେରା କରାଯାଇଥିଲା। ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ସେମାନଙ୍କୁ ଜେରା କରୁଛି। ସୁପ୍ରିମକୋର୍ଟ ଶାରଦା ଚିଟ୍ଫଣ୍ଡ ଦୁର୍ନୀତି ମାମଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ଦେବା ପୂର୍ବରୁ ରାଜୀବ୍ କୁମାର, ପଶ୍ଚିମବଙ୍ଗ ସରକାର ଗଠନ କରିଥିବା ସ୍ୱତନ୍ତ୍ର ତଦନ୍ତକାରୀ(ଦଳ)ଏସ୍ଆଇଟିର ମୁଖ୍ୟ ଥିଲେ। ତେବେ ସେ ଗୁରୁତ୍ୱପୂର୍ଣ୍ଣ ପ୍ରମାଣପତ୍ରଗୁଡ଼ିକୁ ନଷ୍ଟ କରିଥିବା ସିବିଆଇ ଅଭିଯୋଗ କରିଛି।
ଶନିବାରଠାରୁ ସିବିଆଇ ରାଜୀବ କୁମାରଙ୍କୁ ଜେରା ଆରମ୍ଭ କରିଛି । ଶନିବାର ତାଙ୍କୁ ପ୍ରାୟ ୮ ଘଣ୍ଟା ଧରି ଜେରା କରାଯାଇଥିଲା। ସେହିପରି ଗତକାଲି ମଧ୍ୟ ଉଭୟଙ୍କୁ ୧୨ ଘଣ୍ଟା ଧରି ଜେରା କରାଯାଇଥିବା ଜଣାପଡିଛି ।



