www.samajalive.in
Sunday, December 14, 2025
19.1 C
Bhubaneswar

ପୁଣେ ସବୁଠୁ ବାସଯୋଗ୍ୟ ସହର, ୬୫ ନମ୍ବର ସ୍ଥାନରେ ଦିଲ୍ଲୀ

ନୂଆଦିଲ୍ଲୀ : ମହାରାଷ୍ଟ୍ରର ପୁଣେ, ନଭି ମୁମ୍ବଇ ଏବଂ ଗ୍ରେଟର ମୁମ୍ବଇ ହେଉଛନ୍ତି ଭାରତରେ ଜୀବନ ଧାରଣ ପାଇଁ ସହଜ ଓ ସବୁଠୁ ବାସଯୋଗ୍ୟ ସହର। ଗୃହ ଏବଂ ସହର ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସୋମବାର ପ୍ରକାଶିତ ‘ଭାରତର ସବୁଠୁ ବାସଯୋଗ୍ୟ ଏବଂ ଜୀବନ ଧାରଣ ପାଇଁ ଉତ୍ତମ ସହର (ଲାଇଭାବିଲିଟି ଇଣ୍ଡେକ୍ସ) ସୂଚକାଙ୍କର ଶୀର୍ଷରେ ଏହି ୩ ସହର ଅଛନ୍ତି। ତାଲିକାରେ ଭାରତର ୧୧୧ଟି ସହର ଥିବାବେଳେ ମହାରାଷ୍ଟ୍ରର ୩ଟି ସହର ସମେତ ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ର ରାଜଧାନୀ ଭୋପାଳ, ରାୟପୁର ଶୀର୍ଷ ୧୦ ସହର ମଧ୍ୟରେ ସ୍ଥାନ ପାଇଛନ୍ତି। ସେପଟେ ଜାତୀୟ ରାଜଧାନୀ ଦିଲ୍ଲୀ ତାଲିକାର ୬୫ ନମ୍ବର ସ୍ଥାନରେ ରହିଛି। ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, କର୍ଣ୍ଣାଟକ ଏବଂ ତାମିଲନାଡୁ ଭଳି ବଡ଼ ରାଜ୍ୟର କୌଣସି ସହର ଶୀର୍ଷ ୧୦ ମଧ୍ୟରେ ସ୍ଥାନ ପାଇନାହାନ୍ତି। ଉତ୍ତରପ୍ରଦେଶର ରାମପୁର ସହର ତାଲିକାର ସର୍ବନିମ୍ନ ସ୍ଥାନରେ ରହିଛି।
ପ୍ରଥମ ଥର ସରକାରଙ୍କ ପକ୍ଷରୁ ବାସଯୋଗ୍ୟ ଓ ଜବୀନ ଧାରଣ ପାଇଁ ସହଜ (ଇଜି ଅଫ ଲିଭିଂ) ସହର ତାଲିକା ପ୍ରସ୍ତୁତ କରାଯାଇଛି। ପ୍ରଥମେ ଉଭୟ ୧୦୦ ସ୍ମାର୍ଟ ସିଟି ସମେତ ୧୦ ଲକ୍ଷରୁ ଅଧିକ ଲୋକ ବାସ କରୁଥିବା ମୋଟ ୧୧୬ଟି ସହରକୁ ବର୍ଗୀକରଣ କରିବାକୁ ଯୋଜନା କରାଯାଇଥିଲା। ହାଉଡ଼ା, ନୂଆ କଲକାତା ଏବଂ ଦୁର୍ଗାପୁର ଏହି ସର୍ଭେରେ ଭାଗ ନେଇଥିଲେ। ନୟା ରାଏପୁର ଏବଂ ଅମରାବତି ସହର ଏହି ମାନଦଣ୍ଡ ପାଇଁ ଯୋଗ୍ୟ ହୋଇନଥିଲେ। ଜୀବନ ଧାରଣ ପାଇଁ ସହଜ ଓ ବାସଯୋଗ୍ୟ ସହର ତାଲିକାରେ ସମସ୍ତ ସହରଙ୍କୁ ୪ଟି କ୍ଷେତ୍ରରେ ବର୍ଗୀକରଣ କରାଯାଇଥିଲା। ସାଂଗଠନିକ (ଇନଷ୍ଟିଟ୍ୟୁସନାଲ), ସାମାଜିକ (ସୋସିଆଲ), ଅର୍ଥନୈତିକ (ଇକୋନୋମିକ) ଏବଂ ଭୌତିକ ଏବଂ ଭିତ୍ତିଭୂମି (ଫିଜିକାଲ)କୁ ମାପଦଣ୍ଡ ରୁପେ ନିଆଯାଇଥିଲା। ତଳକୁ ଏହାକୁ ୧୫ଟି ଶ୍ରେଣୀ ଏବଂ ୭୮ଟି ସୂଚକରେ ଭାଗ କରାଯାଇଥିଲା। ୧୦୦ ପଏଣ୍ଟ ମାପଦଣ୍ଡରେ ୭୮ଟି ସୂଚକ ଅନୁସାରେ ସମସ୍ତ ସହରକୁ ମୂଲ୍ୟାୟାନ କରାଯାଇଥିଲା। ମାପଦଣ୍ଡରେ ସାଂଗଠନିକ ଏବଂ ସାମାଜିକ ୨୫ ପଏଣ୍ଟ ଲେଖାଏଁ, ଭୌତିକ ବା ଫିଜିକାଲ ପାଇଁ ୪୫ ପଏଣ୍ଟ ଏବଂ ଅର୍ଥନୈତିକ ମାପଦଣ୍ଡ ପାଇଁ ୫ ପଏଣ୍ଟ ରଖାଯାଇଥିଲା। ଏହି କ୍ରମରେ ୧୧୧ଟି ସହରକୁ ମୂଲ୍ୟାୟନ କରାଯାଇ ତାଲିକାଭୁକ୍ତ କରାଯାଇଛି।
ସାଂଗଠନିକ (ଇନଷ୍ଟିଟ୍ୟୁସନାଲ)ରେ ନଭି ମୁମ୍ବଇ ଶୀର୍ଷରେ ଥିବାବେଳେ ତିରୁପତି ଏବଂ କରିମନଗର ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି। ସାମାଜିକ (ସୋସିଆଲ)ରେ ତିରୁପତି ପ୍ରଥମ ସ୍ଥାନରେ ଥିବାବେଳେ ତିରୁଚିରାପାଲ୍ଲି ଦ୍ୱିତୀୟ ଏବଂ ନଭି ମୁମ୍ବଇ ତୃତୀୟ ସ୍ଥାନରେ ରହିଛନ୍ତି। ଅର୍ଥନୈତିକ (ଇକୋନୋମିକ)ରେ ଚଣ୍ଡିଗଡ଼ ପ୍ରଥମ, ଆଜମେର ଦ୍ୱିତୀୟ ଏବଂ କୋଟା ତୃତୀୟ ସ୍ଥାନରେ ଅଛନ୍ତି। ଭୌତିକ (ଫିଜିକାଲ)ରେ ଗ୍ରେଟର ମୁମ୍ବଇ ପ୍ରଥମ, ପୁଣେ ଦ୍ୱିତୀୟ ଏବଂ ଥାଣେ ତୃତୀୟ ସ୍ଥାନରେ ଅଛନ୍ତି। ସବୁ ବର୍ଗକୁ ଏକୀଭୁକ୍ତ କରି ପ୍ରକାଶିତ ସବୁଠୁ ବାସଯୋଗ୍ୟ ଏବଂ ଜୀବନ ଧାରଣ ପାଇଁ ସହଜ ସୂଚକାଙ୍କର ଶୀର୍ଷରେ ପୁଣେ, ଦ୍ୱିତୀୟରେ ନଭି ମୁମ୍ବଇ, ତୃତୀୟରେ ଗ୍ରେଟର ମୁମ୍ବଇ, ଚତୁର୍ଥ ସ୍ଥାନରେ ତିରୁପତି, ପଞ୍ଚମ ସ୍ଥାନରେ ଚଣ୍ଡିଗଡ଼, ଷଷ୍ଠରେ ଥାଣେ, ସପ୍ତମ ସ୍ଥାନରେ ରାୟପୁର, ଅଷ୍ଟମରେ ଇନ୍ଦୋର, ନବମରେ ବିଜୟୱାଡ଼ା ଏବଂ ଦଶମ ସ୍ଥାନରେ ଭୋପାଳ ରହିଛି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories