www.samajalive.in
Saturday, December 6, 2025
16.1 C
Bhubaneswar

ସଠିକ ଲିପଷ୍ଟିକର ଚୟନ ସୁନ୍ଦରତାକୁ କରେ ଦୁଇ ଗୁଣିତ

ସୁନ୍ଦରତାକୁ ଦୁଇଗୁଣିତ କରୁଥିବା ଲିପଷ୍ଟିକରେ ଏପରି କିଛି ରହସ୍ୟ ଲୁଚି ରହିଛି, ଯାହାଦ୍ୱାରା ଏହାକୁ ଲଗାଇବା ଦ୍ୱାରା ମୁହଁ ସୁନ୍ଦର ଦେଖାଯାଏ। ମନ ଖୁସି ହୋଇଯାଏ। ମାତ୍ର ଏହି ଲିପଷ୍ଟିକର ସଠିକ ଚୟନ କରିବା ପାଇଁ ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ। ଧ୍ୟାନ ଦେବା ଫଳରେ ଆପଣ ନିଜ ପାଇଁ ସୁନ୍ଦର ଓ ସଠିକ ଲିପଷ୍ଟିକ ପାଇପାରିବେ। ଜାଣନ୍ତୁ ଲିପଷ୍ଟିକ ଚୟନ କରିବେ କିପରି ….
ଯଦି ଆପଣଙ୍କ ମୁହଁର ରଙ୍ଗ ଗୋରା ତେବେ ଆପଣ ସମସ୍ତ ରଙ୍ଗର ଲିପଷ୍ଟିକ ଲଗାଇ ପାରିବେ। ମାତ୍ର କୌଣସି ପୂଜାପର୍ବ, ବିବାହ ଭୋଜି ଭଳି ସ୍ୱତନ୍ତ୍ର ସମୟରେ ଲାଲ, କମଳା, ପିଚ୍‍ , ଗୋଲାପି ଆଦି ରଙ୍ଗର ଲିପଷ୍ଟିକ ଲଗାଇବା ଦ୍ୱାରା ଆପଣଙ୍କ ସୁନ୍ଦରତା ଦୁଇଗୁଣ ବଢିଯାଏ।
ସାଧାରଣତଃ ଖରା ସମୟରେ ବାହାରକୁ ଗଲେ ପିଚ୍‍ , ହାଲକା ଗୋଲାପି ରଙ୍ଗର ଲିପଷ୍ଟିକ ବ୍ୟବହାର କରନ୍ତୁ।
ସନ୍ଧ୍ୟା ସମୟରେ ବାହାରକୁ ଗଲେ ଲାଲ, ଚେରି ରଙ୍ଗ, ଜାମୁକୋଳି ରଙ୍ଗର ଲିପଷ୍ଟିକ ବ୍ୟବହାର କରନ୍ତୁ। ଏହା ଦ୍ୱାରା ମୁହଁ ଖୁବ ସୁନ୍ଦର ଦେଖାଯାଏ।
ଆପଣଙ୍କ ମୁହଁର ରଙ୍ଗ ଯଦି ଅଳ୍ପ ଗୋରା ତେବେ ଦିନ ସମୟରେ କମଳା ରଙ୍ଗ, ଡ଼ିପ ବ୍ରାଉନ ଏଭଳି ରଙ୍ଗ ଲଗାନ୍ତୁ।
ସନ୍ଧ୍ୟା ସମୟରେ ଅଳ୍ପ ଲାଲ, ମେରୁନ ଆଦି ରଙ୍ଗ ଲଗାନ୍ତୁ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories