www.samajalive.in
Friday, December 5, 2025
20.1 C
Bhubaneswar

ମଦ ଲାଇସେନ୍ସ ଆବେଦନପତ୍ର ପାଇଁ ୫.୧୯ କୋଟି ଟଙ୍କା ଗଣିଦେଲେ 

ସମ୍ବଲପୁର: ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ସାରା ରାଜ୍ୟରେ ନୂତନ ଠିପି ବନ୍ଦ ବିଦେଶୀ ମଦ ଦୋକାନର ଲାଇସେନ୍ସ ପ୍ରଦାନ ପାଇଁ ଚୟନ ପ୍ରକ୍ରିୟା ଜାରି ରହିଛି। ଏହି ପ୍ରକ୍ରିୟାରେ ଭାଗ ନେବା ପାଇଁ କେବଳ ଆବେଦନ କରିବା ପାଇଁ ପ୍ରତି ଆବେଦନକାରୀଙ୍କ ଠାରୁ ୧ ଲକ୍ଷ ଟଙ୍କାର ଫିସ ଧାର୍ଯ୍ୟ କରାଯାଇଥିଲା। ଗତ ୩୧ ତାରିଖ ଏହି ଆବେଦନର ଶେଷ ତାରିଖ ରହିଥିବା ବେଳେ ସମ୍ବଲପୁର ଜିଲାରେ ରହିଥିବା ୩୧ଟି ବିଦେଶୀ ମଦ ଦୋକାନ ପାଇଁ ସମୁଦାୟ ୫୧୯ ଜଣ ଆବେଦନ କରିଥିଲେ। ଏଥିପାଇଁ ସାରା ଜିଲାରୁ ୫.୧୯ କୋଟି ଟଙ୍କାର ରାଜସ୍ୱ କେବଳ ଆବେଦନ ପତ୍ର ପାଇଁ ଆଦାୟ ହୋଇଛି। ପ୍ରତି ଦୋକାନ ପାଇଁ ଏକାଧିକ ଆବେଦନ କରାଯାଇଥିବାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମରେ ଗୁରୁବାର ସମ୍ବଲପୁର ଜିଲାର ସମସ୍ତ ମଦ ଦୋକାନ ପାଇଁ ଲଟେରୀ କରାଯାଇଥିଲା।

ସ୍ଥାନୀୟ ଡିଆରଡିଏ ହଲ ଠାରେ କରାଯାଇଥିବା କଡା ସୁରକ୍ଷା ବଳୟ ମଧ୍ୟରେ ଆୟୋଜିତ ମଦ ଲଟେରୀ କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲାପାଳ ଶୁଭମ ସାକ୍ସସେନା, ଅତିରକ୍ତ ଜିଲାପାଳ ଉମାକାନ୍ତ ରାଜ (ରାଜସ୍ୱ), ଡେପୁଟି କଲେକ୍ଟର ବିନୋଦ ବିହାରୀ ଦାଶ, ଅବକାରୀ ସୁପରିନ୍ଟେଣ୍ଡାନ୍ଟ ହରିଶ୍ଚନ୍ଦ୍ର ସେଠୀ ଙ୍କ ସମେତ ଅନେକ ଜିଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ। ନୂତନ ନିୟମାନୁଯାୟୀ ୨୦୨୧- ୨୦୨୨ ପାଇଁ ଏହି ଲାଇସେନ୍ସ ପ୍ରଦାନ କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ୫ ବର୍ଷ ପର୍ଯ୍ୟନ୍ତ ପ୍ରତି ବର୍ଷ ଏହି ଲାଇସେନ୍ସ ନବୀକରଣ କରାଇ ପାରିବେ ବୋଲି ଅବକାରୀ ସୁପରିନ୍ଟେଣ୍ଡାନ୍ଟ ସେଠୀ କହିଛନ୍ତି। କିନ୍ତୁ ଲାଇସେନ୍ସ ପ୍ରଦାନର ଏକ ବର୍ଷ ପରେ ଯଦି ସରକାର ଚାହିଁବେ ତାହା ପୁର୍ନବାର ଲଟେରୀ କରି ନୂତନ ବ୍ୟକ୍ତିଙ୍କୁ ଲାଇସେନ୍ସ ପ୍ରଦାନ କରି ପାରିବେ। ଜିଲାପାଳ ଲଟେରୀ ଉଠାଣ କରିଥିବା ବେଳେ ସମ୍ବଲପୁର ଜିଲା ପାଇଁ ସମସ୍ତ ଦୋକାନ ମାନଙ୍କ ଲଟେରୀ ଉଠାଣ କାର୍ଯ୍ୟକ୍ରମ ଆଜି ଶେଷ ହୋଇଯାଇଛି। ସକାଳ ୧୦ଟାରୁ ଅପରାହ୍ନ ସାଢ଼େ ୫ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିଥିବାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାନୁଯାୟୀ ଚୂଡାନ୍ତ ତାଲିକା ପ୍ରସ୍ତୁତ କରାଯାଉଛି। ନିୟମାନୁଯାୟୀ ସମସ୍ତ ପ୍ରକିୟା ପୂରଣ ପରେ ଅନଲାଇନରେ ପୂର୍ଣ୍ଣାଙ୍ଗ ତଥ୍ୟ ଅପଲୋଡ କରାଯିବ ବୋଲି ଅଧିକାରୀ ସେଠୀ କହିଛନ୍ତି।

- Advertisement -

ଅପରପଟରେ କେବଳ ମଦ ଦୋକାନ ପାଇଁ ଆବେଦନ କରି ଲଟେରୀରେ ଭାଗ ନେବା ପାଇଁ ଜିଲାରେ ଆଶାୟୀ ପ୍ରାର୍ଥୀମାନେ ୫.୧୯ କୋଟି ଟଙ୍କା ରାଜସ୍ୱ ଦେଇଥିବା ବେଳେ ଜିଲାରେ ମଦ ବେପାରର ଚାହିଦା ଏଥିରୁ ସ୍ପଷ୍ଟ ଜଣାପଡୁଛି। ଏହା ସହିତ ଅନେକ ମଦ ଦୋକାନରେ ନିର୍ଦ୍ଧାରିତ ଦର ଠାରୁ ଅଧିକ ଦାମ ନିଆଯାଉଥିବାର ଅଭିଯୋଗ ବିଭିନ୍ନ ସମୟରେ କରାଯାଉଥିବା ବେଳେ କିନ୍ତୁ ଏହା ଉପରେ କୌଣସି କଡା କାର୍ଯ୍ୟାନୁଷ୍ଠାନ କରାଯାଉ ନାହିଁ। ଏଣୁ କମ ସମୟରେ ମଧ୍ୟରେ ଅଧିକ ଲାଭ ଆଶାରେ ମଧ୍ୟ ଅନେକ ଆଶାୟୀ କେବଳ ଆବେଦନ ପାଇଁ ୧ ଲକ୍ଷ ଟଙ୍କାର ବାଜି ଲଗାଇଥିବାର ଜଣାପଡିଛି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories