www.samajalive.in
Saturday, December 6, 2025
17.1 C
Bhubaneswar

ବାଇକ ଧକ୍କା ପରେ ବାଇକ ଲୁଟ ଉଦ୍ୟମ ; ଗୋଡାଇ ଗୋଡାଇ ଧରିଲା ପୁଲିସ 

ସମ୍ବଲପୁର: ସମ୍ବଲପୁରର କ୍ଷେତରାଜପୁର ଷ୍ଟେଟ ବ୍ୟାଙ୍କ ଛକରେ ଦୁଇ ବାଇକ ମଧ୍ୟରେ ଧକ୍କା ହେବା ପରେ ଏକ ବାଇକ ଲୁଟ କରିବା ଏବଂ ପୁଲିସ ଲୁଟେରାକୁ ଗୋଡାଇ ଗୋଡାଇ ଧରିବାର ଏକ ଅଭିନବ ଦୃଶ୍ୟ ଦେଖିବାକୁ ମିଳିଛି।

ପ୍ରାପ୍ତ ସୂଚନାନୁଯାୟୀ, ଦିନ ପ୍ରାୟ ସାଢ଼େ ୩ଟା ସମୟରେ ସ୍ଥାନୀୟ ବେହେରାମୁଣ୍ଡା ନିବାସୀ ଅଶୋକ ଭୋଇନା ତାଙ୍କ ବାଇକରେ କ୍ଷେତରାଜପୁର ପଟରୁ ଆସୁଥିବା ବେଳେ ଜଲାନ ଗଳି ପଟରୁ ଦଲଦଲିପଡା ନିବାସୀ ସୌଦାଗର କୁମ୍ଭାର ଓ ଅଫରୋଜ ଅନସାରୀ ବାଇକରେ ଆସୁଥିବା ବେଳେ ଦୁଇ ବାଇକ ମଧ୍ୟରେ ଧକ୍କା ହୋଇଯାଇଥିଲା। ଫଳରେ ସୌଦାଗର ଓ ଅଫରୋଜ ଧକ୍କା ହୋଇଥିବା ବାଇକ ମାଲିକ ଅଶୋକଙ୍କୁ ଧମକଚମକ ଦେବା ସହିତ ସେମାନଙ୍କର ବାଇକ କ୍ଷତିଗ୍ରସ୍ତ ହୋଇଥିବାରୁ ଭରଣା ଦେବା ପାଇଁ ଦାବି କରିଥିଲେ। ଏହା ପରେ ସେମାନେ ଅଶୋକଙ୍କୁ ଫୋନ ନମ୍ବର ଦେଇ କ୍ଷତିପୂରଣ ଟଙ୍କା ଦେଲେ ଯାଇ ଗାଡି ମିଳିବ କହି ବାଇକ ନେଇ ଫେରାର ମାରିଥିଲେ।

- Advertisement -

ଏଣୁ ପିଡିତ ଅଶୋକ କ୍ଷେତରାଜପୁର ଥାନାର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଥିଲେ। ଏହା ପରେ ପୁଲିସର ପରାମର୍ଶରେ ଅଶୋକଙ୍କୁ ଦେଇଥିବା ନମ୍ବରକୁ ଫୋନ କରିବାରୁ ଅଭିଯୁକ୍ତ ମାନେ ତାଙ୍କୁ ପ୍ରଥମେ ବୁଢ଼ାରଜାରେ ଥିବା କହିଥିଲେ। ଏଣୁ ଅଶୋକ ବୁଢ଼ାରଜା ଯାଇ ଫୋନ କରିବାରୁ ତାଙ୍କୁ ମୋଦିପଡା ପାଣିଟାଙ୍କି ନିକଟକୁ ଆସିବାକୁ କୁହଯାଇଥିଲା। ଏହି ସମୟରେ କ୍ଷେତରାଜପୁରର ପିସିଆର (ଇଆରଭି – ୪) ଗାଡି ତୁରନ୍ତ ପାଣିଟାଙ୍କି ଛକରେ ପହଞ୍ଚିବା ପରେ ବାଇକ ନେଇ ଫେରାର ମାରିଥିବା ଅଫରୋଜ ଅନସାରୀ ପୁଲିସକୁ ଦେଖି ଫେରାର ମାରିବାକୁ ଉଦ୍ୟମ କରିବାରୁ ତୁରନ୍ତ କ୍ରିୟାଶୀଳ ହୋଇ ଏସପିଓ ଧନେଶ୍ୱର ଶତପଥି ଏବଂ ଓଏପିଏଫ ଯବାନ ବୈକୁଣ୍ଠ କିଷାନ ତାଙ୍କୁ ଧରିଥିଲେ। ତୁରନ୍ତ ପଚରାଉଚୁରା କରିବାରୁ ଲୁଟ କରାଯାଇଥିବା ବାଇକକୁ ପାଣିଟାଙ୍କି ଗଳି ମଧ୍ୟରେ ଲୁଚାଇଥିବା ଅଭିଯୁକ୍ତ ଅଫରୋଜ କହିବାରୁ ବାଇକକୁ ଜବତ କରାଯାଇଥିଲା। ଏହି ଘଟଣାରେ ଏକ ମାମଲା ରୁଜୁ କରାଯାଇ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାର ଜଣାପଡିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ପେଶାରେ ମାର୍ବଲ ମିସ୍ତ୍ରୀ ହୋଇଥିବା ବେଳେ ସେମାନେ ବିହାରର ମୂଳବାସିନ୍ଦା ବୋଲି ଜଣାପଡିଛି। ଅପରପଟରେ ମାତ୍ର ୫ ମିନିଟ ମଧ୍ୟରେ ପୁଲିସ ତାର ଅପରେସନ ଶେଷ କରି ଅଭିଯୁକ୍ତକୁ ଧରି ପଳାଇଥିବା ବେଳେ ସମ୍ବଲପୁର ପୁଲିସର ଏଭଳି ଫିଲ୍ମୀ ଷ୍ଟାଇଲ ଏକ୍ସନ ଦେଖି ଅଞ୍ଚଳବାସୀ ହତବାକ ହୋଇ ପଡିଥିଲେ। ପୁଲିସର ଏଭଳି ତ୍ୱରିତ ପଦକ୍ଷେପକୁ ସବୁ ମହଲରେ ଉଚ୍ଚ ପ୍ରଶଂସା କରାଯାଉଥିବା ବେଳେ ସମ୍ୱଲପୁରରେ ଅପରାଧର ଗ୍ରାଫକୁ କମ କରିବା ପାଇଁ ଏଭଳି ଆକ୍ସନର ଅତ୍ୟନ୍ତ ଆବଶ୍ୟକତା ରହିଛି ବୋଲି ସହରବାସୀ ମତ ପ୍ରକାଶ କରୁଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories